ଆଦିଶକ୍ତି ମା ତାରାତାରିଣୀ ନାମରେ ପ୍ରସ୍ତୁତ ପୁସ୍ତକ ର ତୃତୀୟ ସଂସ୍କରଣର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର ( ୨୮.୦୨.୨୦୨୧) -: ତାରାତାରିଣୀ ଅନ୍ ଲାଇନ ତରଫରୁ ଆଜି ପ୍ରସିଦ୍ଧ ମା ତାରାତାରିଣୀଙ୍କ ପୀଠରେ ସମ୍ବର୍ଦ୍ଧନା ସମାରୋହ ସହ ଆଦିଶକ୍ତି ମା ତାରାତାରିଣୀ ନାମରେ ପ୍ରସ୍ତୁତ ପୁସ୍ତକ ର ତୃତୀୟ ସଂସ୍କରଣର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ସମ୍ମାନୀତ ଅତିଥିଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ଏସ୍ ଏମଆଇଟି ସଭାପତି ଡକ୍ଟର ଭଗବାନ ଗନ୍ତାୟତ , ମହିଳା ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳେଇ , ତାରାତାରିଣୀ ମନ୍ଦିରର କାର୍ଯ୍ୟ ନିର୍ବାହୀ ଅଧିକାର ତଥା ଆଇନଜୀବୀ ଟି.କେ ରେଡ଼ି , ପୂଜକ ସଂଘର ସଭାପତି ତପନ ରଣା , ବରିଷ୍ଠ ପୂଜକ ବାପୁଜୀ ରଣା ପ୍ରମୁଖ ଯୋଗଦେଇଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ କରୋନା ମହାମାରୀ ସମୟରେ ପ୍ରବାସ ଯାତ୍ରୀ ମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇ ସହଯୋଗ କରିଥିବା ୨ ୨ ଟି ମନ୍ଦିର କମିଟିର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଗଂଜାମ ହୋଟେଲ ମାଲିକ ସଂଘ ସଭାପତି ଉମାଶଙ୍କର ପାଣିଗ୍ରାହୀ ଓ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକରୀ କୃଷ୍ଣଚନ୍ଦ୍ର ନିଶଙ୍କ ଉପସ୍ଥିତ ଥିଲେ । ତାରା ତାରିଣୀ ଅନ ଲାଇନର ମୁଖ୍ୟ ପ୍ରଭାକର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)