Warning : Attempt to read property "post_excerpt" on null in
/home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line
116
OPTCL ଓ TATA POWER ମଧ୍ୟରେ ଦୋଷ ଲଦାଲଦି
(ଜେ. ବି. ଏନ୍ /ଚୈତନ୍ୟ ସାହୁ) ୨୮/୦୨ /୨୦୨୧ ଅନୁଗୋଳ / ବଅଁରପାଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ବୁଢ଼ାପଙ୍କ ଗ୍ରାମ ରେ ଆଜି ବିଜୁଳି ବିଭାଗର ଭୁଲ ଲାଗି ସ୍ଥାନୀୟ ବାସିନ୍ଦା ସହ ବୁଢ଼ାପଙ୍କ ସ୍କୁଲ୍ ର ଛାତ୍ର ଛାତ୍ରୀ ଜୀବନ ହାନି ରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ସୂଚନା ମୁତାବକ ଜାତୀୟ ରାଜପଥ ଠାରୁ ବୁଢ଼ାପଙ୍କ ପଞ୍ଚାୟତ ର ଏକ ବସ୍ତି ବାସିନ୍ଦା ଅଞ୍ଛଲରେ ଦୁଇ ପ୍ରହାର ୧୨.୦୫ ମି. ସମୟରେ ଘରୋଇ ବିଜୁଳି ତାର ଆପେ ଆପେ ଜଳି ତାର ଟି ଛିଣ୍ଡି ରାସ୍ତା ଉପରେ ପଡିଥିଲା।
ଏହା ଦ୍ଵାରା ଅଞ୍ଚଳରେ ଅଗ୍ନି କାଣ୍ଡ ଘଟିବା ସହ ସମସ୍ତଙ୍କ ବାଡ଼ି ବଗିଚା ଠୁ ଆରମ୍ଭ କରି ଘରୋଇ ବିଦ୍ୟୁତ୍ ଉପକରଣ ପୋଡି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରୁ ପ୍ରାୟ ୧୦୦ ମିଟର ଦୂରରେ ବୁଢ଼ାପଙ୍କ ସ୍କୁଲ୍ ଅବସ୍ଥିତ, ଏହି ବିଜୁଳି ର ସର୍ଟ୍ ସର୍କିଟ ଯୋଗୁଁ ସ୍କୁଲ ର ବିଜୁଳି ଉପକରଣ କ୍ଷତି ଗ୍ରସ୍ତ ହୋଇଛି। ସ୍କୁଲ ର ବିଦ୍ୟୁତ୍ ଉପକରଣ ଗୁଡିକ ଗୁରୁତର ଭାବେ ସଦ୍ଦ ହୋଇ ଫୁଟିବାର ଛାତ୍ର ଛାତ୍ରୀ ମାନେ ଜୀବନ ବିକଳରେ ବାହାରକୁ ଦୌଡ଼ି ପଳେଇ ଆସିଥିଲେ।ସେଥୀ ମଧ୍ୟରୁ ଦୁଇ ଛାତ୍ରୀ ଚେତା ଶୂନ୍ୟ ହୋଇଯାଇଥିଲେ। ଛାତ୍ରୀ ଙ୍କର ଚେତା ଆସିବା ପରେ କିଛି ସମୟ ପରେ ପାଠ ପଢା ସ୍ୱାଭାବିକ ରୂପେ ହୋଇଥିଲା। ଘଟଣା ସ୍ଥଳରେ OPTCL କତୃପକ୍ଷ କବି ପଟ୍ଟନାୟକ ଓ TATA POWER ର କର୍ମଚାରୀ ଆସି ପହଞ୍ଚି ଥିଲେ, ତାଙ୍କ ସହ ଯୋଗ ଯୋଗ କରିବା ମଧ୍ୟରେ ଦୁଇ କତୃପକ୍ଷ ନିଜର ଦୋଷ ଏଡେଇବା ପାଇଁ ବିଭିନ୍ନ ପ୍ରକାର୍ ବାହାନ ଦେଖିବାକୁ ମିଳିଥିଲା। ସ୍ଥାନୀୟ ବାସିନ୍ଦା ମାନେ ନିଜର କ୍ଷତି ପୂରଣ ପାଇଁ ବିଭିନ୍ନ ପ୍ରକାର୍ ଅଭିଯୋଗ ନେଇ କତୃପକ୍ଷ ଙ୍କ ଠାରେ ଅଭିଯୋଗ ଜଣାଇଥିଲେ। କିନ୍ତୁ ସନ୍ଧ୍ଯା ପର୍ଯ୍ୟନ୍ତ ଏହି ଅଭିଯୋଗ ର ସମାଧାନ ର ବାଟ ଖୋଲି ପାରିନାହିଁ।
Post Views: 1
Post navigation