
କବାଟ ହୁକ ପକାଇ ଗାଡି ପୋଡ଼ିଦେଲେ ଦୃବର୍ତ୍ତ
(ଜେ ବି ଏନ /ସୁଶାନ୍ତ କୁମାର) ୨୮/୦୨ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ଗୋତମରା ଗ୍ରାମ ପଞ୍ଚାୟତ ରେ ପରିବାର ବର୍ଗ ଶୋଇଥିବା ବେଳେ ବାହାର ପଟୁ କବାଟ ହୁକ ପକାଇ ଦୃବର୍ତ୍ତମାନେ ଆକ୍ଟିଭା 6g ଗାଡିକୁ ନିଆଁ ଲଗାଇ ପୋଡ଼ିଦେବା ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ଗୋତମରା ଗ୍ରାମ ର ସସ୍ମିତା ଭୁତିଆ (୩୨)ସ୍ଵାମୀ କାଠି ଭୁତିଆ ପରିବାର ନେଇ ଶୋଇଥିବା ବେଳେ ତାଙ୍କର୍ ଗାଡି ନମ୍ଵର୍ OD19N5267 ଆକ୍ଟିଭା ଗାଡିକୁ ପୋଡି ଦେଇଛନ୍ତି

। ସସ୍ମିତା ଙ୍କ କହିବା ଅନୁସାରେ ଗ୍ରାମର ମିଥୁନ ଅମାତ ଧରି ଜେରା କଲେ ଏହି ଘଟଣା ର ସତ୍ୟାସତ୍ୟ ମିଳିପାରିବ ବୋଲି ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ବଅଁରପାଳ ପୋଲିସ ଏସ୍ ଆଇ ସତିଶ ଲେଙ୍କା ପହଞ୍ଚି କେଶ୍ ନମ୍ଵର୍ 78/ 27:02:2021 us/342/227/502IPC ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି



