Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବିଧାନସଭା ଗୃହ ଅଚଳ : ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

 

ଜେ ବି ଏନ, ୧୩/୦୩/୨୦୨୧, ଭୁବନେଶ୍ବର: ଆଜି ବିରୋଧୀ ଙ୍କ ହଟଗୋଳ ଯୋଗୁଁ ବିଧାନସଭା ରେ ଅଚଳାବସ୍ଥା ସୃଷ୍ଟି ହୋଇଛି l ବିଧାନସଭାରେ ଶାସକ ଓ ବିରୋଧୀ ସଦସ୍ୟମାନେ ମୁହାଁମୁହିଁ ହେବା ଫଳରେ ପୂର୍ବାହ୍ନ ସାଢ଼େ ୧୧ଟା ଯାଏଁ ଗୃହକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବୀ ଘୋଷଣା କରିଛନ୍ତି। ଆଜି ବି ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଙ୍ଗାମା ହୋଇଛି। ଗୃହ ମଧ୍ୟ ଭାଗରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା କରିଛନ୍ତି। ବିଜେଡି ସଦସ୍ୟମାନେ ପ୍ରଥମେ ନିଜସ୍ଥାନରେ ପ୍ରତିବାଦ କରିବା ପରେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଛନ୍ତି। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ପାଇଁ ଧମକ ଦେଇଥିବାରୁ କ୍ଷମା ମାଗନ୍ତୁ ବୋଲି ବିଜେଡି ବିଧାୟକମାନେ ଦାବି କରିଛନ୍ତି। ଯଦି କ୍ଷମା ନ ମାଗିବେ, ତେବେ ଗୃହ କାର୍ଯ୍ୟ ଚଳାଇଦେବୁନି ବୋଲି ବିଜେଡି ସଦସ୍ୟ କହିଛନ୍ତି।