Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ରାଜ୍ୟ ସ୍ତରୀୟ ଶ୍ରାବଣୀ କପ୍, ଯାଜପୁର ଚାମ୍ପିଅନ 

 

ଜେ ବି ଏନ, ୧୮/୦୩ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲା ର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ସ୍ଥିତ କାକୁଡିପଡିଆ ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ଶ୍ରାବଣୀ କପ୍ ଉଦ୍ ଯାପିତ ହୋଇଯାଇଛି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରେ ଯାଜପୁର ବିଜୟୀ ହୋଇ ଚଳିତ ବର୍ଷ ର ଚାମ୍ପିଅନ ହୋଇଛି। ପ୍ରଥମେ ଯାଜପୁର ଇଲେଭେନ ଷ୍ଟାର୍ ବ୍ୟାଟିଂ କରି ୭ ୱକେଟ ରେ ୧୭୩ ରନ୍ ସଂଗ୍ରହ କରିଥିଲା ଜବାବ ରେ କଟକର ନିମପୁର ସ୍ପୋଟି କ୍ଲବ ୮ ୱିକେଟ ହରାଇ ୧୫୮ ରନ୍ କରି ପରାଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବରେ ବିଞ୍ଝାରପୁର ପଞ୍ଚାୟତ ସମିତି ର ଅଧ୍ୟକ୍ଷ ନନ୍ଦକିଶୋର ସାମଲ ‌ସଭାପତିତ୍ବ କରିଥିଲେ। ମୂଖ୍ୟ ଅତିଥି ଭାବେ ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଯୋଗ ଦେଇଥିଵା ବେଳେ ମୂଖ୍ୟ ବକ୍ତା ଭାବେ ଡିଏସପି ଦେବେନ୍ଦ୍ର ମଲ୍ଲିକ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ନାୟିକା ଏଲିନା ସାମନ୍ତରାୟ, ରବିନ୍ଦ୍ର ଧଳ, ସରପଞ୍ଚ ରମାମଣି ସାହୁ ଯୋଗ ଦେଇ ଚାମ୍ପିଅନ ଓ ରନସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟିକା ଙ୍କ ଦ୍ଵାରା କାକୁଡି ପଡ଼ିଆ ରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।