Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପିସି ପିଏନ ଡିଟିର ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ : ଅନୁଗୋଳ 

ଜେ. ବି. ଏନ୍, ରିପୋର୍ଟ, ସୁଶୀଲ କୁମାର ଆଇଚ, (୧୯/୦୩/ ୨୦୨୧)ଅନୁଗୋଳ : ପି ସି ପିଏନ ଡିଟିର ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଗର୍ଭବତୀ ମହିଳାମାନଙ୍କ ଘର ପାଖରେ ଅତ୍ୟାଧୁନିକ ଅଲଟ୍ରାସାଉଣ୍ଡ ଯନ୍ତ୍ର ଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମାତୃତ୍ଵ ସୁରକ୍ଷା ଅଭିଯାନର ସୁବିଧା ଉପଲବ୍ଧ କରିବା ପାଇଁ ତ୍ବରିତ ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ଅଭୟ କୁମାର ଦାଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉପଯୁକ୍ତ ପ୍ରମାଣ ସହିତ ଲିଙ୍ଗ ଚୟନ ହୋଇଥିବାର ସୂଚନା ଜିଲ୍ଲା ପ୍ରାଧିକୃତ ଅଧିକାରୀଙ୍କୁ ପ୍ରଦାନ କରିଥିବା ଲୋକଙ୍କୁ ୧୫ହଜାର କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଅଛି । ସୂଚନା ପ୍ରଦାନ କରୁଥିବା ବ୍ୟକ୍ତିର ନାମ ଗୋପନ ରଖାଯିବ । ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନରେ ଯାଇ ଲିଙ୍ଗ ଅନୁପାତ ତାରତମ୍ୟକୁ ତଦାରଖ କରିବା ସହିତ ଘରୋଇ ଚିକିତ୍ସାଳୟ ଗୁଡିକୁ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ଡେପୁଟୀ ଏସ ପି ( ଏଚ୍ ଆର ପି ସି ) ଶ୍ରୀ ଜିତେନ୍ଦ୍ର କୁମାର ଦଳେଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ନବଜାତ କନ୍ୟା ସନ୍ତାନଙ୍କୁ ଏକ ବେବି କିଟ୍ ଉପହାର ଦେବାପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପୁରୁଣା ଅଲଟ୍ରାସାଉଣ୍ଡ ଦରଖାସ୍ତ ଫର୍ମକୁ ଏକ ସପ୍ତାହ ମଧ୍ୟରେ ପୁନଃ ବିଚାର କରି ତ୍ଵରିତ ବିହିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ ପାରଦର୍ଶିତା ପ୍ରଦର୍ଶନ କରି ଜିଲ୍ଲା ପାଇଁ ସୁନାମ ଆଣିଥିବା କନ୍ୟାରତ୍ନ ମାନଙ୍କୁ ନେଇ ଏକ କ୍ଷୁଦ୍ର ପ୍ରେରଣାତ୍ମକ ଭିଡିଓ ପ୍ରସ୍ତୁତ କରାଯାଇ ଜିଲ୍ଲାର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ପ୍ରଦର୍ଶିତ କରାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଜିଲ୍ଲାର ଅନ୍ୟ କନ୍ୟାରତ୍ନମାନେ ପ୍ରେରଣା ପାଇପାରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହା ସହିତ ଜିଲ୍ଲାର କନ୍ୟାରତ୍ନ ମାନଙ୍କର ସଫଳତାର କାହାଣୀ ଅଲ୍ ଇଣ୍ଡିଆ ରେଡିଓ ମାଧ୍ୟମରେ ସର୍ବବିଦିତ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଗତ ବର୍ଷ ଶେଷ ସୁଦ୍ଧା ୮୭୯୮ ମହିଳାରେ ୯୭୨୭ଜଣ ପୁରୁଷ ଥିବା ରିପୋର୍ଟରୁ ଜଣାପଡିଛି । ପୂର୍ବ ନିର୍ଦ୍ଧାରିତ ୨୦ଟି ଗ୍ରାମରେ କନ୍ୟା ସନ୍ତାନମାନଙ୍କ ମହତ୍ବ ସମ୍ପର୍କରେ ଓଡିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ପିସି ଆଣ୍ଡ ପିଏନଡିଟି ଦ୍ବାରା କରାଯାଇଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ପଥପ୍ରାନ୍ତ ନାଟକ , ୱାଲ ପେଣ୍ଟି ଓ ରାଲି ମାଧ୍ୟମରେ ଜନସଚେତନତା କରାଯାଇଛି ବୋଲି ପି.ସି ପି.ଏନ୍.ଡି.ଟିର ସହକାରୀ ପରିଚାଳକ ଶ୍ରୀ ପର୍ଶୁରାମ ପଣ୍ଡା ପ୍ରକାଶ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରୋଗ୍ରାମ ଅଫିସର ପୌର୍ଣମାସୀ ରଥ , ମହିଳା ପ୍ରତିନିଧି ଶ୍ରିମତୀ ସୁକାନ୍ତି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।