Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କରୋନା ଅପଡେଟ : ଏକ୍ସ ଆଇ ଏମ ବି କୁ ସିଲ୍ କଲା ବିଏମସି

 

ଜେ ବି ଏନ, ୨୨/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ଭୁବନେଶ୍ବର: ଜାଭିଅର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ବରରେ ୨୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଶିକ୍ଷାନୁଷ୍ଠାନକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି। ଏବେ ଶିକ୍ଷାନୁଷ୍ଠାନ ଭିତରକୁ କେବଳ ବିଏମସି କର୍ମଚାରୀମାନଙ୍କୁ ପ୍ରବେଶ ଲାଗି ଅନୁମତି ଅଛି। ବିଏମ୍‌ସି ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

 

ଛାତ୍ରଛାତ୍ରୀ ବା ସେମାନଙ୍କ ଅଭିଭାବକମାନଙ୍କୁ ଶିକ୍ଷାନୁଷ୍ଠାନ ଭିତରକୁ ପ୍ରବେଶ ଲାଗି ଅନୁମତି ନାହିଁ । ଏତଦବ୍ୟତୀତ ଶିକ୍ଷାନୁଷ୍ଠାନର ସବୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କର ଆଜି କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ରହିଛି । ସମସ୍ତ ଆକ୍ରାନ୍ତଙ୍କୁ ଗୋଟିଏ ହଷ୍ଟେଲ ରୁମ୍‌ରେ ଆଇସୋଲେସନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିଏମସି ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି।

 

ସେହିପରି କଟକର ଅରୁଣୋଦୟ ନଗରସ୍ଥିତ ଗୋଟିଏ ଘରୋଇ ସାଇନ୍ସ କଲେଜରେ ଦୁଇଦିନରେ ୨୫ ଜଣ ଆକ୍ରାନ୍ତ ହୋଇଛନ୍ତି l ସୂଚନା ମୁତାବକ ପ୍ରଥମେ ୧୨ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଓ ପରେ ପୁଣି ୧୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ୧୦ ଦିନ ପାଇଁ କଲେଜ ବନ୍ଦ ରଖାଯାଇଛି।