Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଜୁଆ ଆଡ୍ଡା ଉପରେ ଚଢାଉ : ଚଉଦ ଜୁଆଡିଙ୍କୁ ଗିରଫ କଲା ପୋଲିସ 

 

 

ଜେ ବି ଏନ, ୦୧/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର/ପ୍ରଦୀପ କାଣ୍ଡି ), କଟକ : କଟକରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ଚଉଦ ଜୁଆଡିଙ୍କୁ ଗିରଫ କରିଛି ପୋଲିସ l

ସୂଚନା ମୁତାବକ କଟକ ମାଲ ଗୋଦାମ ଥାନା ଅଧିନସ୍ଥ କଲେଜଛକ ନିକଟସ୍ଥ ସିଡିଏ ମାର୍କେଟଠାରେ ଏକ ଜୁଆଆଡ୍ଡା ଚାଲୁ ଥିବା ଖବର ପାଇ ପୋଲିସ ସଫଳତାର ସହିତ ଚଢାଉ କରିଥିଲା l ଏହାର ମାଷ୍ଟରମାଇଣ୍ଡ ଶଙ୍କରପୁର ଅଞ୍ଚଳର ବିଷ୍ଣୁ ବାରିକ ସମେତ ୧୪ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିଥିଲେ ପୋଲିସ । ସେମାନଙ୍କଠାରୁ ନଗଦ ୩୭୦୮୦ ଟଙ୍କା, ଅଟୋ,ମୋବାଇଲ ଓ ଜୁଆଖେଳରେ ଜଡିତ ଅନ୍ୟସାମଗ୍ରୀ ଜବତ କରାଯାଇ ଏହାର ତଦନ୍ତ ଚାଲୁଅଚ୍ଛି ବୋଲି ଡିସିପି କଟକ ସୂଚନା ଦେଇଛନ୍ତି I