Spread the love

ନବୀନ ବାବୁ ଗରିବ, ନିଷ୍ପେସିତ, ଭିକାରି ମାନଙ୍କ ପାଇଁ କରିଥିବା 5ଟଙ୍କିଆ ଆହାର କେନ୍ଦ୍ରର ଧଜିଆ ଉଡାଉଛନ୍ତି ଆହାର କେନ୍ଦ୍ର ର କର୍ମଚାରୀ.

5ଟଙ୍କିଆ ଆହାର କେନ୍ଦ୍ର କୁ ନିଜ କ୍ୟାଣ୍ଟିନ ଭାବି ବ୍ୟବହାର କରୁଛନ୍ତି ଆହାର କେନ୍ଦ୍ରର କର୍ମଚାରୀ.

ଠିକାଦାର, ଧନୀକ ଶ୍ରେଣୀ ର ଘରେ କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ ବ୍ୟାଗ ବ୍ୟାଗ ଭର୍ତି 5ଟଙ୍କିଆ ଆହାର ର ପାର୍ସଲ ହେଉଥିବା ବେଳେ, ଭିକ ମାଗି ଚଳୁଥିବା ନିରୀହ ଲୋକ ମାନଙ୍କୁ ମିଳୁନି 5ଟଙ୍କିଆ ଆହାର.

5ଟଙ୍କିଆ ଆହାର ର ସମୟ ଦିନ 11ଘଟିକା ରୁ ଦିନ 3ଟା ପର୍ଯ୍ୟନ୍ତ ନିର୍ଧାରଣ ଥିବା ବେଳେ ଦିନ 12ଟା ସୁଦ୍ଧା ସରିଯାଉଛି ନବୀନ ବାବୁଙ୍କ 5ଟଙ୍କିଆ ଆହାର.

5ଟଙ୍କିଆ ଆହାର କେନ୍ଦ୍ରର ଉପରିସ୍ଥ କର୍ମଚାରୀ ମାନେ ଏ ବାବଦରେ ଅବଗତ ଅଛନ୍ତି ନା ନାହିଁ.

ଯଦି ଅବଗତ ନାହାନ୍ତି, ତା ହେଲେ ତୁରନ୍ତ ଦୃଷ୍ଟି ଦେବାକୁ ଅନୁରୋଧ…

ଏ ବିଷୟରେ କିଛି ପଚାରିଲେ ମିଳୁଛି ଧମକ.

ହଁ ଆଜ୍ଞା,

ଯେଉଁମାନଙ୍କର ଘର ଦ୍ୱାର ନାହିଁ ସେମାନଙ୍କ ପାଇଁ ନିଜ କରକମଳରେ ଭେଟି ଦେଇଥିଲେ 5ଟଙ୍କିଆ ଆହାର କେନ୍ଦ୍ର.କିନ୍ତୁ ତାହାର ଓଲଟା ଦେଖିବାକୁ ମିଳୁଛି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ରେ.
ଯାଜପୁର ରୁ ବିଶ୍ୱରଂଜନ ଜେନାମଣି ଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *