ବଅଁରପାଳ ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ

ଅନୁଗୋଳ :ବଅଁରପାଳ ବ୍ଲକ ର ସଭା ଗୃହ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠତି ହୋଇଯାଇଛି। ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀବିଜୟ କୁମାର ନାଥ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପ-ବାଚସ୍ପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗ ଦେଇଥିଲେ। ଏହି ବୈଠକରେ ବଅଁରପାଳ ବ୍ଳକ ଗୋଷ୍ଠି ଉନ୍ନୟନ ଅଧିକାରୀଣି ଶ୍ରୀମତୀ ଏଲିଜା ମିଶ୍ର ବଅଁରପାଳ ବ୍ଳକର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ବଅଁରପାଳ ବ୍ଲକ ଅଧୀନସ୍ଥ ସମସ୍ତ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ,ସଭ୍ୟା ଏହି ବୈଠକରେ ଉପସ୍ଥିତ ଥିଲେ। ଏହି ବୈଠକରେ ବ୍ଲକ ର ଉନ୍ନୟନ ମୂଳକ କାର୍ଯ୍ୟ ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ଜଳ ସେଚନ, କୃଷି, ଗରିବ କଲ୍ଯାଣ ଯୋଜନା ନୂତନ୍ ରାସନ କାର୍ଡ ପ୍ରଦାନ ଓ ଖାଦ୍ୟ ଯୋଜନାରେ ଦିଆଯାଉଥିବା ସମାଗ୍ରୀ ତଥା ଗହମ ନମିଳିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।




