Spread the love

ବିଶ୍ବପ୍ରସିଦ୍ଧ ସାଧୁସନ୍ଥ ଖଣ୍ଡଗିରି ମହାକୁମ୍ଭମେଳା ପୂର୍ଣ୍ଣାହୂତି ଓ ଉଦ୍‌ଯାପନ


ଭୁବନେଶ୍ଵର, ୫୮୧ : ବିଶ୍ଵ ସନାତନ ବୈଦିକ ଧର୍ମ ପରିଷଦ ଆବାହକତ୍ଵରେ ତା ୨୮.୦୧.୨୦୨୩ରୁ ତା
୦୫.୦୨.୨୦୨୩ରିଖ ମାଘ ସପ୍ତମୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ସାଧୁସନ୍ଥ ମହାକୁମ୍ଭ ମେଳା ପଞ୍ଚ ମହାସଯଜ୍ଞ ମାଧ୍ୟମରେ ପାଳନ
କରାଯାଇଅଛି । ୫୧୨୪ ବର୍ଷ କଳିଯୁଗ ପ୍ରବେଶ ପୂର୍ତ୍ତି ପାଳନ କରାଯାଇଥିଲା । ୩୦ବର୍ଷ ପରେ ଶନିଦେବ କୁମ୍ଭ ରାଶିରେ
ଅବସ୍ଥାନ ପୂର୍ଣ୍ଣିମାଦିନ ରବି ପୁଷ୍ୟା ଯୋଗ ପଡୁଥିବାରୁ ସାଧୁ ସନ୍ଥ ମହାକୁମ୍ଭ ମେଳା ଶତବାର୍ଷିକ ପାଳନ ଆରମ୍ଭ କରାଯାଇଥିଲା ।
କୁମ୍ଭମେଳା ସ୍ମରଣିକା କରାଯାଇ ଆସନ୍ତା ବର୍ଷ ତା ୧୬.୦୨.୨୦୨୪ ରିଖ ଉନ୍ମୋଚନ କରାହେବ । ସନାତନ ବୈଦିକ ଧର୍ମ
ସଂସ୍କୃତି କୌଣସି ସମ୍ପ୍ରଦାୟିକ ଧର୍ମ ନୁହେଁ । ଏହା ଈଶ୍ଵରକୃତ୍ୟ । ବହୁ ପ୍ରାଚୀନ ତାହା ୧୯୭ କୋଟି ୨୯ଲକ୍ଷ ୫ ହଜାର
୧୨୪ ବର୍ଷ ହେଲାଣି ଏହା ବୈଜ୍ଞାନିକ ମତ, ସିଦ୍ଧାନ୍ତ ଜ୍ୟୋତିଷ ମତ, ୩୫୪ ଜଣ ଋଷିମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି ।
କଣାଜ, କପିଳ, ଜୈମିନୀ, ଗୌତମ, ମହର୍ଷି ପତଞ୍ଜଳି, ବ୍ୟାସଦେବ ପ୍ରଭୃତି ଋଷିମାନେ ତଥା ଶ୍ରୀରାମ ଚନ୍ଦ୍ର ଯୋଗେଶ୍ଵର
ଶ୍ରୀକୃଷ୍ଣ, ମହାଦେବ ଶିବ, ପ୍ରଭୃତି ମହା ପୁରୁଷମାନେ ଉକ୍ତ ଧର୍ମକୁ ଧାରଣ କରିଥିଲେ । ଗୀତା, ଭାଗବତ, ମହାଭାରତ,
ଉପନିଷଦ ପ୍ରଭୃତି ବେଦ ଅନ୍ତର୍ଭୁକ୍ତ ଶାସ୍ତ୍ର ସ୍ଵୀକାର କରିଛନ୍ତି । ବେଦରେ ଛୁଆଁ ଅଛୁଆଁ, ଗୁଣିଗାରେଡି ତନ୍ତ୍ରମନ୍ତ୍ର କୁସଂସ୍କାର,
ଅନ୍ଧବିଶ୍ୱାସ, ଅପସଂସ୍କୃତି, ପ୍ରଭୃତି କିଛି ନାହିଁ । ଉକ୍ତ ବେଦ ବିଧାନ ଅନୁଯାୟୀ ପାଳନ କରାଯାଇଅଛି ବୋଲି ଆବାହକ ଅଧ୍ୟକ୍ଷ
ବାବା ପଞ୍ଚଦେବ ଜଣାଇଛନ୍ତି । କୁମ୍ଭମେଳାକୁ ‘ଭୁବନେଶ୍ବର ମହାନଗର ନିଗମ ମା’ ବାରଭୂଜା କମିଟି ସ୍ଥାନୀୟ ପୂର୍ବତନ
କର୍ପୋରେଟର ଓ ବର୍ତ୍ତମାନର କର୍ପୋରେଟ୍‌ର ଜାଗମରା ସାଂସ୍କୃତିକ କମିଟି, ଖଣ୍ଡଗିରି ଗାଁ ଆଖଡ଼ା କମିଟି ଆନ୍ତରିକ ସାହାଯ୍ୟ
କରିଥିବାରୁ ବିଶ୍ଵ ସନାତନ ବୈଦିକ ଧର୍ମ ପରିଷଦ ଅନ୍ତର୍ଭୁକ୍ତ ବ୍ୟବସ୍ଥାପକ । ବ୍ରହ୍ମଚାରୀ ବିଶ୍ଵ ଚୈତନ୍ୟ ବାବା ଆଲୋକ ଦାସ,
ବାବା ଚନ୍ଦନ ଦାସ, ସ୍ଵାମୀ ବିଷ୍ଣୁଗିରି ମହାରାଜ, ପଣ୍ଡିତ ଭକ୍ତଚରଣ ଦାସ, ପ୍ରଭୃତି ମହାକୁମ୍ଭ ମେଳାରେ ଯୋଗ ଦେଇଥିବା ସାଧୁ
ସନ୍ଥମାନେ କୃତଜ୍ଞତା ଜଣାଇଛନ୍ତି । ୨୦୨୦ ମସିହା ୨୦୨୨ ମସିହା ୨ଥର ଖୋର୍ଦ୍ଧା ଜିଲ୍ଲାପାଳ ମହୋଦୟ ଜରିଆରେ
ମାନ୍ୟବର ମୁଖ୍ୟମନ୍ତ୍ରୀ ୫ଟି ସଚିବ ଏସ୍.ଆଇ. ଅଧ୍ୟକ୍ଷଙ୍କୁ ସାଧୁ ସନ୍ଥ କୁମ୍ଭମେଳାକୁ ସରକାରୀ ମାନ୍ୟତା ପାଇଁ ଦରଖାସ୍ତ
ଦିଆଯାଇଥିଲା । ପୁନର୍ବାର ଗଣ ମାଧ୍ୟମ ଜରିଆରେ ଜଣାଉ ଅଛୁକି ଚଳିତ ମାସ ତା ୨୨.୦ ୨.୨୦୨୩ ବଜେଟ୍ ଅଧିବେଶନ
ବସୁଥିବାରୁ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ପଣ୍ଡା, ମାନ୍ୟବର ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର
ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମହୋଦୟଙ୍କ ଜରିଆରେ ବିଧାନସଭାରେ ବଜେଟ୍ ଅଧିବେଶନରେ ପ୍ରସ୍ତାବ
ଦେବାପାଇଁ ସାଧୁସନ୍ଥ ତରଫରୁ ଏକ ଦରଖାସ୍ତ ଦିଆଯିବାପାଇଁ ନିଷ୍ପତ୍ତି କରାଯାଇଅଛି । ସରକାର ମହା କୁମ୍ଭମେଳାକୁ ସରକାର
ସ୍ୱୀକୃତି ପୂର୍ବକ ଅନୁଦାନ ଗୃହୀତ କଲେ । ସାଧୁ ସନ୍ଥ ଆଧ୍ୟାତ୍ମିକ, ସାଂସ୍କୃତିକ, ୪ କୋଟିରୁ ଊର୍ଦ୍ଧ୍ୱ ଓଡ଼ିଆ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର
ଗୁଣଗାନ କରିବେ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ବାବା ପଞ୍ଚଦେବ ଜଣାଇଛନ୍ତି ।
ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *