Spread the love

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଷ୍ଟେଟ ବ୍ୟାଙ୍କ୍ ସମ୍ମୁଖରେ ଗଣ ବିକ୍ଷୋଭ


ଆଜ ୦୬/୦୨/୨୦୨୩ ରିଖ ୧୦ ଘଟିକା ସମୟରେ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ବରେ ଢେଙ୍କାନାଳ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖା ନିକଟରେ ଗଣ ବିଖ୍ୟୋଭ ଅନୁଷ୍ଠିତ ହୋଯାଇଅଛି। ଉକ୍ତ ବିକ୍ଷୋଭ ରେ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ କେନ୍ଦ୍ରର ମୋଦି ସରକାର ବିରୋଧରେ ନାରା ବାଜି ଦେଇ ମୋଦି ସରକାର ଆଦାନୀ ସମୂହକୁ ଅହେତୁକ ଅନୁକମ୍ପା ଦେଖାଇ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଓ ଭାରତିୟ ଜୀବନ ବୀମା ନିଗମର ବହୁ ଅର୍ଥ ବିନିଯୋଗ କରି ଦେଶର ଅର୍ଥ ନୀତିକୁ ସଂକଟରେ ପକାଇ ଦେଇଚନ୍ତି ଏହା ଉପରେ ଚଳିତ ସଂସଦ ଅଧିବେଶନରେ ଆଲୋଚନା କରାଯିବ ପାଇଁ ମୁଖ୍ୟ ବିରୋଧି ଭାବେ କଂଗ୍ରେସ ଦାବି କରି ଆସୁଥିଲେ ମଧ୍ୟ ସରକାର ଏହାକୁ ବୃକ୍ଷପ ନ କରି ଗଣତନ୍ତ୍ରର ସଂସଦୀୟ ପରମ୍ପରାକୁ କୋଠାରଘାତ କରିଅଛନ୍ତି। ଏଣୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଗଣ ବିକ୍ଷୋଭ କରାଯାଇ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ନେତୃତ୍ବରେ Joint Parliamentary Commitee ଗଠନ କରାଯାଇ ଏହି ଅର୍ଥନୈତିକ ଅନିୟମିତତାର ତଦନ୍ତ ଦାବି କରାଯାଇଅଛି। ଉକ୍ତ ବିକ୍ଷୋଭରେ ଜିଲ୍ଲା ମୁଖପାତ୍ର ପ୍ରେମ ଶଙ୍କର ମିଶ୍ର କିସାନ କଂଗ୍ରେସ ସଭାପତି ବିପ୍ରବର ସାହୁ ମହିଳା ସଭାପତି ସ୍ମିତାରାଣୀ ସାମଲ ଛାତ୍ର ସଭାପତି ଶୁଭମ ଦାଶ ନଗର ସଭାପତି ହାଇଦର ମହମ୍ମଦ ନଗର ମହିଳା ସଭାପତି ଶିଳ୍ପୀଶ୍ରୀ ହରିଚନ୍ଦନ ବରିଷ୍ଠ ନେତା ସୁନିଲ ଦାଶ, ନିର୍ମଳ ମିଶ୍ର, ନିଶାକର ସାହୁ, ଜିତେନ୍ଦ୍ର ସାହୁ, ହୃଦୟାନନ୍ଦ ମହାନ୍ତି, ସୂଚନା ଅଧିକାର କର୍ମୀ ପ୍ରିୟବ୍ରତ ଗଡନାୟକ୍, ରସାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ଏତାଦୃଶ କାର୍ଯ୍ୟକୁ ତୀବ୍ର ନିନ୍ଦା କରିଥିଲେ। ସର୍ବଶେଷରେ ଟାଉନ ଉପସଭାପତି ଫକୀର ବେହେରା ଧନ୍ୟବାଦ ଦେଇ ଭିକ୍ଷୋଭ ସାଙ୍ଗ କରିଥିଲେ।

Leave a Reply

Your email address will not be published. Required fields are marked *