Spread the love

୧୩ତମ ବାର୍ଷିକ ଭଲୀବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ|


କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଳକ ଅନ୍ତର୍ଗତ ନୟାଗଡ ପଞ୍ଚାୟତର କଟୁପାଲି ହାତିମରା ଠାରେ ଏକ ଦିନିଆ ବାର୍ଷିକ ପୁରୁଷ ଜିଲ୍ଲା ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଥିଲା। ଫାଇନାଲ ମ୍ୟାଚ ମା ତାରିଣୀ ୟୁଥ୍ କ୍ଲବ୍ କଟୁପାଲି ଓ ମା ଠାକୁରାଣୀ ଟିମ୍ ଦବୁନା ମଧ୍ୟରେ ଘମାଘୋଟ ରୋମାଞ୍ଚକର ଖେଳ ପ୍ରଦର୍ଶନ କରିଥିଲେ । ଏବଂ Organization by:- ମା ତାରିଣୀ ୟୁଥ୍ କ୍ଲବ୍ କଟୁପାଲି, Supported By:- ଆର୍ସେଲୋର୍ ମିତ୍ତଲ୍ ନିପୋନ୍ ଷ୍ଟିଲ୍ ଇଣ୍ଡିଆ | ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଆସନ ଗ୍ରହଣ କରିଥିଲେ ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ଅଧ୍ଯକ୍ଷା ଲକ୍ଷ୍ମୀ ନାଏକ ସମ୍ମାନିତ ଅତିଥି ଭାବେ CSR ଲିଡ୍ ଶ୍ରୀଯୁକ୍ତ ମଳୟ କୁମାର୍ ପଣ୍ଡା, ଏସ.ଏଲ୍. ମାଇନିଙ୍ଗ୍ ପ୍ଲାଣ୍ଟ ହେଡ୍ ଶ୍ରୀଯୁକ୍ତ ରବୀନ୍ଦ୍ର ସାହୁ, ସାଗର୍ ମିନେରାଲ୍ MD. ଶ୍ରୀଯୁକ୍ତ ମୁନା ବେହେରା, ଶର୍ମା ଏଣ୍ଟର୍ ପ୍ରାଇଯେଶ୍ ମେନେଜର ଦାସ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। ଏବଂ ଶ୍ରୀ ଗୁପ୍ତେଶ୍ୱର ହାଇସ୍କୁଲର ସମସ୍ତ ଗୁରୁଜୀ ପ୍ରମୁଖ ଯୋଗଦେଇଥିଲେ | ଖେଳ ପରିଚାଳନା ଦାୟିତ୍ବ ନିଭେଇଥିଲେ ବାସୁଦେବ ପ୍ରଧାନ, କଳାକାର୍ ସାମଲ, ନିରଞ୍ଜନ ନାଏକ ଏବଂ କ୍ଲବ୍ ର ସମସ୍ତ ସଭ୍ୟ ଓ ସୁଶାନ୍ତ ବେହେରା, ଦିଲ୍ଲୀପ ବେହେରା, ପ୍ରଦୀପ କୁମାର ବାରିକ, ପ୍ରକାଶ ଚନ୍ଦ୍ର ବେହେରା, ଏବଂ ଭରତ ଚନ୍ଦ୍ର ସାମଲଙ୍କର ପ୍ରତେଖ୍ୟ ତତ୍ ଅବଧନରେ ଖେଳ ଅନୁଷ୍ଠିତ ହୋଇଥିଲା | ଏହି ଉତ୍ସବରେ ମା ତାରିଣୀ ଭଲିବଲ୍ କ୍ଲବ୍ ପକ୍ଷରୁ ଗରିବ ଲୋକ ଓ ଛଟ ଛୁଆଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା | ଏବଂ ସର୍ବ ମୋଟ୍ ୮ଟି ଟିମ୍ ସହ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଖେଳ ଶେଷରେ ସମସ୍ତ ଟିମ୍ କୁ ପରାଜୟ କରି ମା ଠାକୁରାଣୀ ଟିମ୍ ଦବୁନା ରନସ ଅପ୍ ହୋଇଥିବା ବେଳେ ମା ତାରିଣୀ ୟୁଥ୍ କ୍ଲବ୍ କଟୁପାଲି ବାଜି ମାରିଦେଇ ଚାମ୍ଫିୟାନ ହୋଇ ବିଜୟ ହାସଲ କରିଥିଲେ | ଖେଳ ଭଲରେ ଭଲରେ ସମ୍ପୂର୍ଣ୍ଣ ହୋଇଥିବାରୁ ସମସ୍ତ ଦର୍ଶକ ମା ତାରିଣୀ ଭଲିବଲ୍ କ୍ଲବ୍ ର ସମସ୍ତ ସଦସ୍ୟଙ୍କୁ ଶୁଭେଛା ଜଣାଇଥିଲେ ।

ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *