Spread the love

ଜାତୀୟ ବିଜ୍ଞାନ ଦିବସ ପାଳିତ

ଅଦ୍ଯ ତା୨୮ .୦୨.୨୦୨୩ରିଖ ମଙ୍ଗଳ ବାର ରେ ଢେଙ୍କାନାଳ municipalityର୧ ନମ୍ବର wardରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିଶ୍ର ନିଜର ବକ୍ତବ୍ୟ ରଖି ପିଲାମାନଙ୍କୁ ବିଜ୍ଞାନ ପ୍ରତି ଅଧିକ ଆଗ୍ରହ ରଖିବା ପାଇଁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଚନ୍ଦ୍ର ଶେଖର ଭେଙ୍କଟରମଣ ଙ୍କ ଉଦ୍ଦେଶ୍ଯରେ ସ୍ବହସ୍ତ ଲିଖିତ କବିତା ପାଠ କରିଥିଲେ।ସମସ୍ତ ପିଲା ଙ୍କ ମଧ୍ୟ ରେ ଥିବା ସୁପ୍ତ ଶକ୍ତି ଜାଗ୍ରତ ହେଲେ ସେମାନେ ଦିନେ ଗାଲିଲିଓ ଆଇନ୍ ଷ୍ଟାଇନ୍ ଭଳି ବୈଜ୍ଞାନିକ ହୋଇପାରିବେ ବୋଲି ମତପ୍ରକାଶ ପାଇଥିଲା। ବିଜ୍ଞାନ ଶିକ୍ଷୟିତ୍ରୀ ସରଳା ସାହୁ ବିଜ୍ଞାନ ଭିତ୍ତିକ କୁଇଜ୍ ପ୍ରତିଯୋଗିତା କରାଇଥିଲେ। ଏଥିରେ ତାଙ୍କୁ ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇ କାର୍ଯ୍ୟ କର୍ମକୁ ସଫଳ କରାଇଥିଲେ।
ଅଞ୍ଜନା ମିଶ୍ର
ପ୍ରଧାନ ଶିକ୍ଷକ
ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ କଲେଜପଡା ଢେଙ୍କାନାଳ।

Leave a Reply

Your email address will not be published. Required fields are marked *