ଡଳଙ୍ଗ ଗ୍ରାମବାସୀ ଙ୍କ ପଞ୍ଚାୟତ ଘେରାଉ……..
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇ ଟାଙ୍ଗିରି ଗ୍ରାମ ପଞ୍ଚାୟତରେ ଡଳଙ୍ଗ .ଗ୍ରାମବାସୀ ଆଜି ପଞ୍ଚାୟତ ଘେରାଉ କରି ହୋ ହଲା କରିଥିଲେ l ଦୀର୍ଘ ବର୍ଷ ହେଲା ଡ଼ଳଙ୍ଗ ଗ୍ରାମରେ ରାମ ନବମୀ ପୂଜା ମହା ସୋମାରହରେ ପାଳନ କରି ଆସୁଛନ୍ତି l ଏବର୍ଷ ମଧ୍ୟ ରାମ ନବମୀ ପୂଜା ଅନୁଷ୍ଠିତ ହୋଇଥିଲା l କିନ୍ତୁ ଏବର୍ଷ ରାମ ନବମୀ ପୂଜାରେ ବିଶୃଙ୍ଖଳା ପରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା l ସ୍ଥାନୀୟ ସରପଞ୍ଚ ଏଥିରେ ସହଯୋଗ କରି ଗ୍ରାମର ୱାର୍ଡ ମେମ୍ବର ଦୁଇ ଜଣଙ୍କୁ ଅସ୍ତ୍ର କରି ଗୋଟି ଚାଳନା କରୁଥିବାର ଜଣାପଡିଥିଲା l ଯାହା ଫଳରେ ରାମ ନବମୀ ପୂଜାଠାରୁ ବିସର୍ଜନ ପର୍ଯ୍ୟନ୍ତ ଗଣ୍ଡଗୋଳ ହିଁ ବଢ଼ିବାରେ ଲାଗିଥିଲା l ତଥାପି ଗ୍ରାମ ଭଦ୍ର ବ୍ୟକ୍ତିଙ୍କ ଦ୍ୱାରା ଏହା ସମାଧାନ କରାଯିବାର ନିଷ୍ପତି ନିଆଯିବା ପାଇଁ ସ୍ଥିର କରାଗଲା ବେଳେ ସରପଞ୍ଚ ଙ୍କ ନିର୍ଦେଶରେ ସମାଧାନ କୁ ପଞ୍ଚାୟତ ରେ ସମାଧାନ କରିବାପାଇଁ ଦୁଇ ୱାର୍ଡ ମେମ୍ବର ପଞ୍ଚାୟତରେ ଅଭିଯୋଗ କରିଥିଲେ l ଗାଁ କଥାକୁ ଗାଁ ରେ ସମାଧାନ ନ କରି ପଞ୍ଚାୟତ କୁ ଆଣି ଗ୍ରାମର ଦୁର୍ବଳତା ପ୍ରକାଶ କରିବା ଲଜ୍ୟା ଜନକ ବୋଲି ଦୁଇ ୱାର୍ଡ ମେମ୍ବର କୁ ଇସ୍ତପା ଦାବିକରି ଡ଼ଳଙ୍ଗ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପଞ୍ଚାୟତ ଅଫିସ ଘେରାଉ କରିଥିଲେ l ରାମ ନବମୀ ପୂଜା କୁ ସମ୍ପୂର୍ଣ ବନ୍ଦ କରିବାପାଇଁ ସ୍ଥାନୀୟ ସରପଞ୍ଚ ଆପ୍ରାଣ ଚେଷ୍ଟା କରି ବିଶୃଙ୍ଖଳା ସୃଷ୍ଟି କରିଥିବା ଏବଂ ଡ଼ଳଙ୍ଗ ଗ୍ରାମ କୁ ବିଭାଜନ କରିବା ର ମୁଖ୍ୟ ଭୂମିକା ନେଇଥିବା ସରପଞ୍ଚ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି ଜୋର ଧରିଛି l ବିଶୃଙ୍ଖଳା କରୁଥିବା ଦୁଇ ୱାର୍ଡ ମେମ୍ବର ଏବଂ ମୁଖ୍ୟ ଭୂମିକା ଲିଭାଉଥିବା ସରପଞ୍ଚ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି ରହିଛି l ପଞ୍ଚାୟତ ଘେରାଉ ରେ କୌଣସି କିଛି ଅଘଟଣ ଘଟିବାର ସମ୍ଭାବନା ଥିବା ଯୋଗୁଁ ସ୍ଥାନୀୟ ତୁରୁମୁଙ୍ଗା ପୋଲିସ ଆସି ନିୟନ୍ତ୍ରଣ କରିଥିଲେ l
କେନ୍ଦୁଝର ରୁ ରତିରଞ୍ଜନ ବାରିକ ଙ୍କ ସହ ଦେବାନନ୍ଦ ମହାନ୍ତ ଙ୍କ ରିପୋର୍ଟ ଜାଗ୍ରତ ଭାରତ…




