ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତୀ ବିବାଦ ଘଟଣା,
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଜିଲ୍ଲା ଗ୍ରସ୍ତରେ ଉଚ୍ଚ ସ୍ତରୀୟ ଟିମ୍
ଅନୁଗୋଳ ଜିଲ୍ଲାର ଗୋପବନ୍ଧୁ ପାର୍କ ରେ ସ୍ଥାପିତ ହୋଇଥିବା ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି କୁ ନେଇ ବିବାଦ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଅନୁଗୋଳ ଜିଲ୍ଲାରେ ପହଞ୍ଚିଲେ ତଦନ୍ତକାରୀ ଟିମ। ବିବାଦ ଘେରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଅନୁଗୋଳ ଗୋପବନ୍ଧୁ ପାର୍କରୁ ହଟାଇ ଦିଆଯାଇଅଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ବିଧାନସଭା ସମ୍ମୁଖରେ ଲାଗିଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଭଳି ଅନୁଗୋଳରେ ସେହିଭଳି ପ୍ରତିମୂର୍ତ୍ତୀ ଲାଗିବ ବୋଲି ସୂଚନା ମିଳିଛି। ସେଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଏକ ଉଚ୍ଚସ୍ତରୀୟ ଅଫିସର ଦଳ ଅନୁଗୋଳ ବାଜିରାଉତ ଛାତ୍ରାବାସ କୁ ଆଜି ଆସି ନବକୃଷ୍ଣ ଚୌଧୁରୀ ଙ୍କ ଝିଅ କ୍ରିଷ୍ଣା ମହାନ୍ତିଙ୍କ ସହ ଆଲୋଚନା କରିଛନ୍ତି । ଏହି ଟିମରେ ଓବିସିସିର ପରିଚାଳନା ନିର୍ଦେଶକ, ରାଜ୍ୟ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦେଶକ ଏବଂ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସଂରକ୍ଷଣ ତଥା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶିଳ୍ପୀ ଜୟନ୍ତ ଦାସ ରହିଛନ୍ତି। କିଭଳି ଭାବରେ ନବକୃଷ୍ଣ ଚୌଧୁରୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହ ବାଜିରାଉତ ଛାତ୍ରାବାସର ପୁନଃରୁଧାର ଓ ସଂରକ୍ଷଣ ହୋଇପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମଧ୍ୟ କରିଛନ୍ତି । ଗ୍ରସ୍ତ ସମୟରେ ସଂସ୍କୃତିବିଭାଗର ନିର୍ଦେଶକ ରଞ୍ଜନ ଦାଶ, ଯୁଗ୍ମ ନିର୍ଦେଶକ ସଂସ୍କୃତି ବିଭାଗର ସୁବୋଧ ଆଚାର୍ଯ୍ୟ, ଜୟନ୍ତ ଦାଶ, ଓବିସିସି ର ଯୁଗ୍ମ ନିର୍ଦେଶକ ଅକ୍ଷୟ ଗେରୁଆ ଙ୍କ ସହ ଏକ ଟିମ ବାଜିରାଉତ ଛାତ୍ରାବାସ, ଗାଁଫାହି ଉଦ୍ୟାନ, ବ୍ଲାକ ଡାଏମଣ୍ଡ ମ୍ୟୁଜିୟମ, ଗୋପବନ୍ଧୁ ପାର୍କ ପରିଦର୍ଶନ କରିଥିଲେ ।ମହାପୁରୁଷ ମାନଙ୍କର ମୂର୍ତ୍ତି ଗୁଡିକରେ ଯେଉଁ ସବୁ ତ୍ରୁଟି ହୋଇଛି ତାକୁ ସୁଧାରିବା ସହ ସଂସ୍କୃତି ବିଭାଗର ନିର୍ଦେଶକ କହିଛନ୍ତି ବାଜି ରାଉତ ଛାତ୍ରାବାସ କୁ ଏକ ଉନ୍ନତ ମାନର କରାଯିବ।
ଅନୁଗୋଳ ରୁ ସୁଶାନ୍ତ କୁମାର ସାମଲ ଙ୍କ ରିପୋର୍ଟ ଜାଗ୍ରତ ଭାରତ୍ ନ୍ୟୁଜ




