Spread the love

ଭିଡିଓ କନଫେରେନ୍ସ ଜରିଆରେ 5T ସ୍କୁଲ ଝୋଟେଶ୍ୱର୍ ହାଇ ସ୍କୁଲ ଲୋକାର୍ପିତ |

ଆଜି ତୃତୀୟ ପର୍ଯ୍ୟାୟ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାର 5T ସ୍କୁଲ କୁ ଲୋକାର୍ପିତ କରିଥିବା ବେଳେ ସେଥି ମଧ୍ୟରେ ଚୌଦ୍ଵାର ରେ ଝୋଟେଶ୍ୱର୍ ହାଇ ସ୍କୁଲ ଅନ୍ତର୍ଭୁକ୍ତ ରହିଛି | ମୁଣ୍ଡମାଳ ଝୋଟେଶ୍ୱର୍ ହାଇ ସ୍କୁଲ 5T ସ୍କୁଲ ର ଶୁଭ ଉଦଘାଟନ ସମାରୋହ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଯୋଗଦେଇଥିଲେ | ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି, ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅବିଭାବକ ସମସ୍ତେ ମିଳିତ ଭାବେ ସ୍କୁଲ ଶ୍ରେଣୀରେ ଶ୍ରୀ ଗଣେଶ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପୂଜାର୍ଚନା କରିଥିଲେ । ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ଚୌଦ୍ଵାର ପୌରଅଧକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ, କାଉନସିଲର ଦିଲ୍ଲୀପ ସାହୁ, କ୍ଲଷ୍ଟର ର ସି ଆର ସି ସି ପୂର୍ଣ୍ଣ ଚନ୍ଦ୍ର ସେଠୀ , ସ୍କୁଲ ପରିଚାଳନା କମିଟି ସମସ୍ତ ସଭ୍ୟ, ପୂର୍ବତନ ଛାତ୍ରଛାତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ମାନଙ୍କ ମାତାପିତା ଏବଂ ଅବିଭାବକ ମାନେ ଉପସ୍ଥିତ ରହିଥିଲେ | ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସମେନ୍ଦ୍ର ନାଥ ଦାସ, ଶୈବଳିନି ପଣ୍ଡା, ସୋନାଲିକା ନାୟକ, କବିତା ବାରିକ, ସ୍ନେହ ସ୍ମିତା ମଲ୍ଲିକ, ଦେବପ୍ରିୟା ଦାସ, ତୃପ୍ତି ମୟୀ ଜେନା, ପ୍ରିୟମ୍ବଦ ପଣ୍ଡା, ପ୍ରତିମା ମିଶ୍ର, ସୁମିତ୍ରା ଚୁଲି, ପ୍ରଣତି ପାତ୍ର, ମାନସୀ କର, ଯଶୋଦା ସାହୁ, ଏବଂ ସ୍କୁଲ ସେବକ ଅଭିରାମ ମଲ୍ଲିକ ଉପସ୍ଥିତ ରହିଥିଲେ | ଝୋଟେଶ୍ୱର୍ ହାଇ ସ୍କୁଲ କୁ 5T ସ୍କୁଲ ରେ ଅନ୍ତର୍ଭୁକ୍ତ କରିଥିବାରୁ ସ୍କୁଲ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ , ଅବିଭାବକ ଏବଂ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ 5T ସଚିବ ଶ୍ରୀ ଭି କେ ପାଣ୍ଡିଆନ ଙ୍କୁ କୃତଜ୍ଞତା ଜଣେଇଛନ୍ତି |

ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ
।

Leave a Reply

Your email address will not be published. Required fields are marked *