Spread the love

ଦେଶପାଇଁ ଗୌରବ ଆଣିଲେ ଶ୍ୱେତାରାଣୀ, ସାରା ଦେଶରୁ ଛୁଟିଛି ପ୍ରଶଂସାର ସୁଅ।

ଦେଶପାଇଁ ଗୌରବ ଆଣିଛନ୍ତି କେନ୍ଦୁଝର ମାଟିର ଓଡିଆ ଝିଅ ଶ୍ୱେତା ରାଣୀ ମହାନ୍ତ। ଋଷିଆ ଦେଶର ମସ୍କୋ ସହରରେ ମେ ୩ରୁ ୮ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିବା ଅନ୍ତରରାଷ୍ଟ୍ରୀୟ ଉସୁ ପ୍ରତିଯୋଗୀତାରେ ୪୮କେଜି ବିଭାଗରେ ଭାରତରୁ ପ୍ରତିନିଧିତ୍ୱ କରି ଗୋଲ୍ଡ ମେଡାଲ ହାସଲ କରିଛନ୍ତି, ଯାହାପାଇଁ ଶ୍ୱେତାଙ୍କୁ ସାରା ଦେଶରୁ ଖୁବ୍ ପ୍ରଶଂସା ସାଉଁଟିଛନ୍ତି ଏବଂ ଶ୍ୱେତାଙ୍କ ଏହି ଗୌରବ ପାଇଁ ଆମ ଦେଶର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଭୂଷୀୟ ପ୍ରଶଂସା କରିବା ସହ ଟ୍ୱିଟ ଯୋଗେ ଅଭିନନ୍ଦନ ଜଣାଇଛନ୍ତି। ଶ୍ୱେତାରାଣୀ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ବାପା ପଙ୍କଜ କୁମାର ମହାନ୍ତ ଜଣେ ସଫଳ ଉଶୁ ପ୍ରଶିକ୍ଷକ ଭାବରେ ବେଶ ଜଣାଶୁଣା ଏବଂ ଇଣ୍ଡୋର୍ ଏସିଆନ୍ ଗେମ୍ସରେ ଗୋଲ୍ଡ ମେଡାଲିଷ୍ଟ ଓ ଶ୍ୱେତାଙ୍କ ମା ସୁସୁମା ମହାନ୍ତ ମଧ୍ଯ କିକ୍ ବକ୍ସିଂ ରେ ମେଡାଲିଷ୍ଟ । ଶ୍ୱେତାଙ୍କ ବାପାଙ୍କ ମୂଳ ଘର କେନ୍ଦୁଝର ଜିଲ୍ଲାର ଉଖୁଣ୍ଡା ଭୁଇଁପୂର୍ ସ୍ଥିତ ଭାରତିଆସାହି ରେ ହୋଇଥିବା ବେଳେ ସେ ବଡ଼ବିଲ ପୌରପାଳିକା ଅନ୍ତର୍ଗତ ସଡିଂ ଗ୍ରାମରେ ଇବେ ବସବାସ କରୁଛନ୍ତି ଏବଂ ବଡ଼ବିଲ ଜିନ୍ଦଲ ସ୍କୁଲର ଦଶମ ଶ୍ରେଣୀ ରେ ଅଧ୍ୟୟନ କରନ୍ତି, ଆଜି ଶ୍ୱେତାଙ୍କ ପାଇଁ ସାରା ଦେଶ ଗୌରବ ପାଇଥିଲା ବେଳେ ସମଗ୍ର କେନ୍ଦୁଝର ଜିଲ୍ଳାକୁ ଗୌରବାନିତ କରିଛନ୍ତି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।

Leave a Reply

Your email address will not be published. Required fields are marked *