Spread the love

ଭାରସାମ୍ଯ ହରାଇ ପିକଅପ୍ ଗାଡି ଦୁର୍ଘଟଣାଗ୍ରସ୍ତ

ଦୁର୍ଘଟଣାରେ ଅଙ୍ଗନବାଡ଼ି ଦିଦି ଗୁରୁତ୍ତର

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମର ହରିଜନ ସାହିରେ ଏକ ପିକଅପ୍ ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ଦୁର୍ଘଟଣାରେ ଗ୍ରାମର ଅଙ୍ଗନବାଡି ଦିଦି ସବିତା ବେହେରା ଗୁରୁତ୍ତର ଭାବରେ ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ ସୂଚନା ମୁତାବକ ପିକଅପ୍ ଗାଡି ଓଡି ୧୯ଏଲ ୯୩୬୪ ଦ୍ରୁତଗତିରେ ଗ୍ରାମରେ ଯାଉଥିବା ବେଳେ ଭାରସାମ୍ଯ ହରାଇ ପ୍ରଥମେ ଅଙ୍ଗନବାଡ଼ି ଦିଦି ସବିତା ଙ୍କୁ ଧକ୍କା ଦେଇ ସରୋଜ ଗୋଚ୍ଛାୟତ ଙ୍କ ଘରେ ଧକ୍କା ଦେଇଥିଲା। ଯାହା ଫଳରେ ଘର ପାଖରେ ଥିବା ଏକ ବାଇକ ଓ କିଛି ଘରର ସମାଗ୍ରୀ ଭାଙ୍ଗି ଯାଇଥିଲା। ଘଟଣାସ୍ଥଳରେ ଗ୍ରାମବାସୀ ଉତେଜିତ୍ତ ହେବା ସହ ଅଙ୍ଗନବାଡ଼ି ଦିଦି ଙ୍କୁ ଚିକିସ୍ଥା ନିମନ୍ତେ ନିକଟସ୍ଥ ମେଡିକାଲ କୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ସହ ପିକଅପ୍ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *