Spread the love

ଆବୁଧାବି, ୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦ୍ୱିପାକ୍ଷିକ ପ୍ରସଙ୍ଗରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ ମହମ୍ମଦ ବେନ ଜାୟଦ ଅଲ ନାହୟାନଙ୍କ ସହ ଆଲୋଚନା କରିବା ପାଇଁ ଏକ ସରକାରୀ ଗସ୍ତରେ ଅବୁଧାବିରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।

ଏହା ପୂର୍ବରୁ ୨ ଦିନିଆ ଫ୍ରାନ୍ସ ଗସ୍ତରେ ଥିଲେ।

କିଛି ଘଣ୍ଟା ପୂର୍ବରୁ ୟୁଏଇ କହିଛି, ଭାରତ ସହ ଏହାର ଅର୍ଥନୈତିକ ଭାଗିଦାରୀ ଦୁଇ ଦେଶ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ୟୁଏଇର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥାନି ବିନ ଅହମ୍ମଦ ଅଲ ଜେୟୁଦି କହିଛନ୍ତି ଯେ, ୨୦୨୩ ସୁଦ୍ଧା ନୂଆଦିଲ୍ଲୀ ସହିତ ଅଣ ତୈଳ ବାଣିଜ୍ୟ ୧୦୦ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *