Spread the love

କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିବା ପାଇଁ ଡ୍ରିମଲ୍ୟାଣ୍ଡ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁଲାଇ ୧୬ ତାରିଖ ରବିବାର ଦିନ ଭୁବନେଶ୍ୱର କଳିଙ୍ଗ ହସପିଟାଲ ପକ୍ଷରୁ ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ କଳିଙ୍ଗ ହସପିଟାଲର ହୃଦରୋଗ ବିଶେଷଜ୍ଞ, ସ୍ନାୟୁ ବିଶେଷଜ୍ଞ, ମେଡିସିନ ବିଶେଷଜ୍ଞ, ଦନ୍ତ ଓ ଅସ୍ଥିଶଲ୍ୟ ବିଶେଷଜ୍ଞ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କନ୍ଧମାଳ ଜିଲାରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ।ଜିଲାରେ ନବେ ଭାଗ ବିଶେଷଜ୍ଞ ନାହାନ୍ତି। ଜନସାଧାରଣ ସାଧାରଣ ଜ୍ୱର କାଶ,ହେଲେ ବ୍ରହ୍ମପୁର ଓ କଟକ ରେଫର କରାଯାଉଛି। ସାମାନ୍ୟ କେସରେ ରେଫର କରୁଥିବାରୁ ମେଡ଼ିକାଲ କଲେଜର ଡାକ୍ତର ମାନେ ତାଛଲ୍ୟ କରୁଛନ୍ତି।ଏବଂ ବିଶେଷଜ୍ଞ ନଥିବାରୁ ଜରୁରୀ ସେବା ମିଳୁନାହିଁ, ଯାହାଫଳରେ ଅନେକ ରୋଗୀ ତତ୍କାଳ ସେବା ଅଭାବରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସମୟରେ ମୃତ୍ୟୁ ବରଣ କରୁଛନ୍ତି। ରାଜ୍ୟର ସବୁ ଡାକ୍ତରଖାନା ଆଉଟଡୋର ଦୁଇବେଳା ଖୋଲୁଥିବାବେଳେ କନ୍ଧମାଳ ଜିଲ୍ଲାରେ ଉପରବେଳା ଆଉଟଡୋର ଦୁଇ ତିନି ବର୍ଷ ହେବା ନ ଖୋଲିବା ଦୁର୍ଭାଗ୍ୟ ଜନକ।ତେଣୁ ଏହି ପରିପ୍ରେକ୍ଷୀରେ ଜିଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଜୁଲାଇ ୧୬ତାରିଖ ରବିବାର ଦିନ ବିଜୁ କଲ୍ୟାଣ ମଣ୍ଡପ ଫୁଲବାଣୀ ଠାରେ ଅଭିଜ୍ଞ ବିଶେଷଜ୍ଞ ମାନଙ୍କୁ ନେଇ ଅନୁଷ୍ଠିତ ହେବାକୁଥିବା ସ୍ୱାସ୍ଥ୍ୟ ଶିବିରରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି l

Leave a Reply

Your email address will not be published. Required fields are marked *