Spread the love

ଅଙ୍ଗଦ ର ହାତ ଆକ୍ରମଣ ନୁହେଁ ଦୁର୍ଘଟଣାରେ କଟିଛି: ମୁମ୍ୱାଇ ଯାଇ ତଦନ୍ତ କରି ଫେରିଲା କନ୍ଧମାଳ ପୁଲିସ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡହଲପଡ଼ି ଗ୍ରାମର ଆଦିବାସି ଯୁବକ ଅଙ୍ଗଦ ମଲ୍ଲିକ ମୁମ୍ୱାଇ କାମ କରିବାକୁ ଯାଇଥିବା ବେଳେ ଦୁଇ ହାତ ହରାଇ ଘରକୁ ଫେରିବା ଘଟଣା ଦିନକୁ ଦିନ ଜଟିଳ ହେବା ରେ ଲାଗିଛି। ଏପ୍ରିଲ ୨୭ତାରିଖ ରେ ଅଙ୍ଗଦ ମଲ୍ଲିକ ଓ ସାଥୀ ରବି ସାହାଣୀ ମିଶି ମୁମ୍ୱାଇ କାମ କରିବା ପାଇଁ ଯାଇଥିଲେ । ସେଠାରେ ଅଜଣା ଦୁର୍ବୃତ୍ତ ଙ୍କ ଆକ୍ରମଣ ରେ ଅଙ୍ଗଦ ହାତ ହରାଇଥିବା ବାଲିଗୁଡ଼ା ଥାନା ରେ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହା ପରେ କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡ଼ା ଥାନା ରୁ ଏକ ଟିମ ଘଟଣା ର ତଦନ୍ତ ପାଇଁ ମୁମ୍ୱାଇ ଯାଇଥିଲେ। ସେଠାରେ ଦଶ ଦିନ ରହି ବିଭିନ୍ନ ଅଞ୍ଚଳ ବୁଲି ଘଟଣା ର ତଦନ୍ତ କରିଥଲେ। ଏହା କୌଣସି ଦୂର୍ବୁତ୍ତ ନୁହେଁ ଏକ ରେଳ ଦୁର୍ଘଟଣା ରେ ହାତ କଟିଥିବା ପ୍ରାଥମିକ ତଦନ୍ତ ରୁ ପୁଲିସ କୁ ସୂଚନା ମିଳିଛି।ଏ ନେଇ କଲ୍ୟାଣ ନଗର ରେଳଷ୍ଟେସନ ଥାନା ରେ ମେ ୧ରେ ଏକ ମାମଲା ରୁଜୁ କରାଯାଇଛି। ମୁମ୍ୱାଇ ପାଇଁ ଯାଇଥିବା ଟିମ ମୁଖ୍ୟ ଆଶୁତୋଷ ପାଇକରାୟ ସବିଶେଷ ତଥ୍ୟ ଖୁବ ଶିଘ୍ର ପ୍ରଦାନ କଲେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ଥାନା ଅଧିକାରୀ ବାବା ଶଙ୍କର ସରାଫ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *