Spread the love

ବାଲିଗୁଡା ଉପଖଣ୍ଡ ରେ ଆଖିଧରା ରୋଗ ବ୍ୟାପୁଛି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଆଖି ଧରା ରୋଗ ବ୍ୟାପିବାରେ ଲାଗିଛି । ଗାଁଠାରୁ ଆରମ୍ଭକରି ସହର ପର୍ଯ୍ୟନ୍ତ ଦିନକୁ ଦିନ ଏହି ରୋଗ ବ୍ୟାପିବାରେ ଲାଗିଛି । ବିଶେଷକରି ବିଦ୍ୟାଳୟ ଓ କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ଏଥିରେ ଅଧିକା ଆକ୍ରାନ୍ତ ହେଉଥ‌ିବା ଦେଖାଯାଇଛି । ଏଥିପାଇଁ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ସତର୍କତା ଓ ସଚେତନତା ମଧ୍ୟ କରାଯାଇଛି । ଉକ୍ତ ରୋଗ ବ୍ୟାପୁଥ‌ିବା ବେଳେ ବିଭିନ୍ନ ବିଦ୍ୟାଳୟ ପକ୍ଷରୁ ଆକ୍ରାନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲକୁ ନ ପଠାଇବା ପାଇଁ ପରାମର୍ଶ ଦେବା ସହ ଅଭିଭାବକ ମାନେ ଠିକ୍ ଭାବରେ ଯତ୍ନ ନେବାକୁ କୁହାଯାଇଛି । ଏହା କ୍ରମଶଃ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି । ଡାକ୍ତରଙ୍କ କହିବା ଅନୁଯାୟୀ ଏହା ଏକ ସଂକ୍ରାମକ ରୋଗ । ବର୍ଷା ଆରମ୍ଭରୁ ଏହି ରୋଗ ଦେଖାଯାଇଥାଏ। ରୋଗୀ ନିଜ ଆଖି କୁ ହାତମାରି ବ୍ୟବହାର କରୁଥିବା ଯେକୌଣସି ବସ୍ତୁ ତଥା ମୋବାଇଲ, ବାସନକୁସନ ଏବଂ ଡ୍ରେସ୍ କପଡ଼ାକୁ ଅନ୍ୟଜଣେ ବ୍ୟକ୍ତି ବ୍ୟବହାର କଲେ ମଧ୍ୟ ଏହି ରୋଗ ବ୍ୟାପିବା ନିଶ୍ଚିତ ବୋଲି ଜନୈକ ଡାକ୍ତର କହିଛନ୍ତି । ଏଥିରୁ ରକ୍ଷା ପାଇବାକୁ ହେଲେ ଆଖି ଧରିଥିବା ବ୍ୟକ୍ତିଙ୍କ ଠାରୁ ସାମାଜିକ ଦୂରତା ବଜାୟ ରଖିବା ସହ ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ୍ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । କିନ୍ତୁ ସଚେତନତା ଅଭାବ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାଯାଇଛି ।ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସଚେତନତା କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି l

Leave a Reply

Your email address will not be published. Required fields are marked *