ଆସନ୍ତା ଦଶହରାରେ ଆସୁଛି ସୁପରଷ୍ଟାର ଅରିନ୍ଦମଙ୍କ ଧମାକାଦାର ଚଳଚ୍ଚିତ୍ର.





ରତ୍ନା ଫିଲ୍ମ ବ୍ୟାନର ର ଚତୁର୍ଥ ଅବଦାନ ତଥା ସୁପରଷ୍ଟାର ଅରିନ୍ଦମ ରୟ ଙ୍କ ପ୍ରଯୋଜନା ରେ ଦଶହରା ରେ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ସହିତ କ୍ଳାପ୍ କଟକ ପ୍ରେସ୍ ଛକ ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସର ରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି l ସୁପରଷ୍ଟାର ଅରିନ୍ଦମ ଦୀର୍ଘ ବର୍ଷ ର ନୀରବତା ପରେ ଏକ ନୂଆ ଧମାକାଧାର ଓଡ଼ିଆ ଚଳଚ୍ଚିତ୍ର ମାଧ୍ୟମରେ କମ୍ ବ୍ୟାକ୍ କରୁଛନ୍ତି l ଅରିନ୍ଦମ ଭାଇଜାନ୍ ପରେ କିଛିଦିନର ନିରବତା ଭଙ୍ଗ କରି ନୂଆ ଲୁକ୍
ନୂଆ କାହାଣୀ ସହ 6 pack body ରେ ଏଇ ଦଶହରାରେ ଧମାଲ୍ କରିବେ ବୋଲି ପ୍ରଶଂସକ ମହଲରୁ ଆଶା ପ୍ରକଟ କରାଯାଇଛି। ଚଳଚ୍ଚିତ୍ର ର ନିର୍ଦ୍ଦେଶନା ରେ ଅଶୋକ ପତି ଏବଂ ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱ ରେ ଭାରଦ୍ୱାଜ ପଣ୍ଡା ରହିଛନ୍ତି । ନିଜସ୍ଵ କାହାଣୀ ରେ ନିର୍ମିତ ଏହି ଫିଲ୍ମ ର ପରବର୍ତ୍ତୀ ପ୍ରେସ୍ ଇସ୍ତାହାର ରେ ଷ୍ଟାର କାଷ୍ଟ ତଥା ଫିଲ୍ମ ର ନାଁ ଘୋଷଣା କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି l ଚଳଚ୍ଚିତ୍ରଟି ଦଶହରା ରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିବା ଜଣା ପଡିଛି l ଏବଂ ଏହା ଓଡ଼ିଆ ଓ Bengali ଭାଶା ରେ mukti labha କରିବା ନେଇ mandhya ସୂଚନା ମିଳିଛି




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)