ଠାକୁରାଣୀ ସଂରକ୍ଷିତଜଙ୍ଗଲ ଟାଙ୍କୁରା ନିକଟସ୍ଥ ଜଙ୍ଗଲମଧ୍ୟରୁ ମହିଳାଙ୍କ ଗଲିତ ମୃତଦେହ ଉଦ୍ଧାର ।
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ଟାଙ୍କୁରା ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଜଣେ ମହିଳାଙ୍କ ଗଲିତ ମୃତଦେହ ଉଦ୍ଧାର କରିଛି ବଡବିଲ ପୋଲିସ୍। ମୃତକ ଜଣକ ଯୋଡ଼ା ଥାନା ଅନ୍ତର୍ଗତ କଲ ହୁଣ୍ଡୁଲା ଗ୍ରାମର ଲେମ୍ବ ମୁଣ୍ଡା। ସୂଚନା ଅନୁଯାୟୀ ହୁଣ୍ଡୁଳା ଗ୍ରାମର ଲେମ୍ବ ମୁଣ୍ଡା ପ୍ରତି ବୁଧବାର ନିକଟସ୍ତ ଝାଡ଼ଖଣ୍ଡ ରାଜ୍ୟର ବଡଯାମଦା ବଜାରକୁ ଯାଆନ୍ତି । ସେହିପରି ଗତ ବୁଧବାର ମଧ୍ୟ ନିକଟସ୍ଥ ବଡ ଜମାଦା ବଜାରକୁ ଯାଇଥିଲେ। ମାତ୍ର ଆଉ ଘରକୁ ଫେରିନଥିଲେ। ଆଜି ସକାଳୁ ଘଟଣା ସ୍ଥଳରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ବଡ଼ବିଲ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ବଡ଼ବିଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ସେଠାରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ। କେଉଁ ଅବସ୍ଥାରେ ଓ କିଭଳି ଭାବେ ତାଙ୍କର ମୃତ୍ୟୁ ହୋଇଥିଲା,ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣା ପଡିବ ବୋଲି ସୂଚନା । ବଡବିଲ ପୋଲିସ୍ ପାରିପାର୍ଶିକ ପରିବେଶ କୁ ଅନୁଧ୍ୟାନ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି। ମୃତକ ମହିଳା ଜଣଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ହୁଣ୍ଡୁଳା ଗ୍ରାମର ଲେମ୍ବ ମୁଣ୍ଡା ଓ ତାଙ୍କ ବୟସ ପାଖାପାଖି ୪୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ ।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)