Spread the love

ବଅଁରପାଳ ଠାରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ

ଅନୁଗୋଳ ତା. ୧୭.୦୭ : ଆଜି ପୂର୍ବାହ୍ନରେ ବଅଁରପାଳ ବ୍ଳକ ଅଫିସଠାରେ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦାଖଲ ହୋଇଥ‌ିବା ସମୁଦାୟ ୫୯ଟି ଅଭିଯୋଗରୁ ୫୨ଟି ବ୍ୟକ୍ତିଗତ ଓ ୦୭ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ତତ୍ ସଙ୍ଗେ ସଙ୍ଗେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ନିଜ ନିଜର ବିଭାଗୀୟ କାର୍ଯ୍ୟାଳୟଗୁଡିକୁ ନିରୀକ୍ଷଣ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏହାଛଡା ଦାଖଲ ହୋଇଥିବା ୫୯ ଅଭିଯୋଗ ମଧ୍ୟରୁ ୧୦ଟି ଅଭିଯୋଗର ଆଜିର ଶିବିରରେ ଫଇସଲା କରାଯାଇଥିଲା । ଏହି ଶିବିରକୁ ଆସିଥୁବା ଲୋକମାନେ ରାସ୍ତା, ଜମି ଜମା ବିବାଦ, ଭୂମିହୀନ, ରାସନ କାର୍ଡ, ପାରିବାରିକ ସମସ୍ୟା, ବିଜୁଳି ସମସ୍ୟା, ବାସଗୃହ ସମ୍ପର୍କିତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଳିତ ମୋହନ ବେହେରା, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବଇତୁରା ଦିପ୍ ବଅଁରପାଳ ବିଡିଓ ଏଲିଜା ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ, ଡେପୁଟୀ କଲେକ୍ଟର ମିନର୍ଭା ନାୟକ ଓ ଶ୍ରୀ ସତ୍ୟାନନ୍ଦ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You missed