Spread the love

ଗଁଦିଆ ବ୍ଳକ ଅନ୍ତର୍ଗତ ଗୁଣ୍ଡୁରାପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସର୍ବେଶ୍ଵର ନାୟକ ଗତ ଜୁନ ମାସ ତିରିଶି ତାରିଖରେ ଅବସର ନେଉଥିବାରୁ ଗଁଦିଆ ବ୍ଳକ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବ୍ଯାସସମ୍ମାନପ୍ରାପ୍ତ ଅବସର ପ୍ରାପ୍ତ ଶିକ୍ଷକ ମଙ୍ଗୁଳି ଚରଣ ବିଶ୍ବାଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଦତ୍ତାତ୍ରେୟ ସାଇ ଆଶ୍ରମ ସଭାରେ ଅବସର ପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦଣ୍ଡଧର ସାହୁ ସଭାପତି ଆସନ ଅଳଙ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ଗୋପାଳ ଚନ୍ଦ୍ର ସାହୁ, ନାରାୟଣ ଦାସ, ଉମେଶ ଚନ୍ଦ୍ର ଧୀର, ପ୍ରକ୍ରୁତିବନ୍ଧୁ ହରିହର ସାହୁ, ପ୍ରଧାନ ଶିକ୍ଷକ ବିଦ୍ୟାଧର ପରିଡ଼ା, ଅକ୍ଷୟ କୁମାର ମିଶ୍ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ବେଶ୍ଵର ନାୟକ ଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *