Spread the love

ଝୁମ୍ପୁରା ଥାନାର ନୂତନ ଅଧିକାରୀ ଭବେ ଯୋଗଦେଲେ ସୋମବାରୀ ହାଁସଦା |

ଝୁମ୍ପୁରା ୦୬/୦୮ : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନାର ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଛନ୍ତି ସୋମବାରୀ ହାଁସଦା। ସେ ପ୍ରଥମେ ବାଲିଗୁଡ଼ା ଥାନା ପରେ ବାଲେଶ୍ଵର ଜିଲ୍ଲାର ସୋର ଥାନାରେ ଏସ୍‌ଆଇ ଭାବେ କାର୍ଯ୍ୟ କରିଥିଲେ । ରାଉରକେଲାସ୍ଥିତ ମହିଳା ଥାନାରେ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ରାଉରକେଲା ମହିଳା ଥାନାରୁ କେନ୍ଦୁଝର ଜିଲ୍ଲାକୁ ବଦଳି ପରେ ସେ ୨୬/୦୭ ବୁଧବାର ଝୁମ୍ପୁରା ଥାନାରେ ଯୋଗ ଦେଇ ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି। ଶ୍ରୀମତୀ ହାଁସଦା ଝୁମ୍ପୁରା ଥାନାରେ ଯୋଗଦାନ କରିବା ପରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ସହିତ ଜନସାଧାରଣଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ଦିଗରେ ପ୍ରାଥମିକତା ଦେବେ ବୋଲି ସୂଚନା ଦେଇଛନ୍ତି। ରବିବାର IndianByBirth Odisha Co-ordinator ସତ୍ୟ ରଞ୍ଜନ ସାହୁ, ଅଭିଜିତ ମାହାନ୍ତି ଝୁମ୍ପୁରା ଟିମ୍ ର ସଭାପତି ରଞ୍ଜନ ବେହେରା B, ଉପସଭାପତି ରଞ୍ଜନ ବେହେରା A , କୋଷାଧ୍ୟକ୍ଷ ସତ୍ୟ ରଞ୍ଜନ ପ୍ରଧାନ ସମେତ ଟିମ୍ ର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଥାନା ଅଧିକାରୀ ଶ୍ରୀମତୀ ହାଁସଦାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିବା ସହିତ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ।

କେନ୍ଦୁଝର ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *

You missed