Spread the love

ସମଗ୍ର ଦେଶରେ ପାଞ୍ଚଶହଆଠ ରେଲୱେ ଷ୍ଟେସନର ହେବ ନବକଳେବର।

ସମଗ୍ର ଦେଶରେ ପାଞ୍ଚଶହ ଆଠ ରେଲୱେ ଷ୍ଟେସନ ର ହେବ ନବକଳେବର। ଯାହାପାଇଁ ଆଜି ଦେଶର ଯଶସ୍ଵି ପ୍ରଧାମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ମାନେ ଉପସ୍ଥିତ ଥିବା ବେଳେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ଯ ଭର୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ।ଏହି ପାଞ୍ଚସହ ଆଠ ରେଲୱେ ଷ୍ଟେସନ ମଧ୍ୟରେ ବଡବିଲ ରେଲୱେ ଷ୍ଟେସନ ଅନ୍ୟତମ। ସେହି ପରିପ୍ରେକ୍ଷୀରେ ଆଜି ବଡବିଲ ପୌରାଞ୍ଚଳ ୱାର୍ଡ ନମ୍ବର ବାର ସ୍ଥିତ ବଡବିଲ ରେଲୱେ ଷ୍ଟେସନ ଠାରେ ଚକ୍ରଧରପୁର ରେଲୱେ ଡିଭିଜନ ପକ୍ଷରୁ ଭବ୍ୟ ଅୟୋଜନ କରାଯାଇଥିଲା, ଏହି କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କେନ୍ଦୁଝର ଜିଲ୍ଲାର ସଦର ବିଧାୟକ ଶ୍ରୀ ମୋହନ ଚରଣ ମାଝୀ ସମ୍ମାନିୟ ଅତିଥି ଭାବେ ଯୋଗଦେଇ ଥିଲେ ଏବଂ ବଡବିଲ ସହରର ଅଞ୍ଚଳ ବାସିନ୍ଦା ମାନେ ବହୁ ସଂଖ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଜିର କାର୍ଯ୍ୟକ୍ରମ ପାଇଁ ରେଲୱେ ପକ୍ଷରୁ ପୂର୍ବରୁ ବିଭିନ୍ନ ସ୍କୁଲ ମାନଙ୍କର ଛାତ୍ର ଛାତ୍ରୀ ଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ର ଅୟୋଜନ କରାଯାଇଥିଲା ସେଥିରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥିଙ୍କ ଦ୍ଵାରା ରେଲୱେ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ପ୍ରକାଶଥାଉକି ସମଗ୍ର ଦେଶରେ ଏହି ପାଞ୍ଚଶହ ଆଠ ରେଲୱେ ଷ୍ଟେସନ ର ନବକଳେବର ପାଇଁ ପାଖାପାଖି ପଚିଶ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସେଥି ମଧ୍ୟରେ ବଡବିଲ ରେଲୱେ ଷ୍ଟେସନ ର ନବକଳେବର ପାଇଁ ଖର୍ଚ୍ଚ ହେବ ପ୍ରାୟ ସତର କୋଟି ଟଙ୍କା ଏବଂ ନିର୍ମାଣ ହେବ ଅତ୍ୟାଧୁନିକ ରେଲୱେ ଷ୍ଟେସନ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ ।

Leave a Reply

Your email address will not be published. Required fields are marked *