Spread the love

୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସମନ୍ଵୟ ସମିତି ଜିଲ୍ଲା ସମ୍ମିଳନୀ
ସଙ୍ଘଗଠନ ପକ୍ଷରୁ ୫ ଦଫା ଦାବି

ଅନୁଗୁଳ ଜିଲ୍ଲା ବଅଁରପାଳ ପଞ୍ଚଗଡ଼ ସୋମନାଥ ସେଠୀ ଜଗଦେବ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୪୮୮ ବର୍ଗ ୧୭ ଜି.ଓ ଅଧ୍ୟାପକ ଓ କର୍ମଚାରୀ ସମନ୍ଵୟ ସମିତିର ଅନୁଗୁଳ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ନେତୃତ୍ବ ୪୮୮ ବର୍ଗ ର ରାଜ୍ଯ ସଭାପତି ଶ୍ରୀ ପବିତ୍ର ମହଳା, ସମ୍ପାଦକ ଶ୍ରୀ ଅଟଳ ନନ୍ଦ, ଉପସଭାପତି ଶ୍ରୀ ପ୍ରଶାନ୍ତ ପାତ୍ର, ସଂଗଠନ ଶ୍ରୀ ବିରଞ୍ଚି ଦାସ, ପ୍ରିୟ ରଞ୍ଜନ ନାଥ, ଶ୍ରୀ ବନମାଳୀ ବାରିକ, ଶ୍ରୀ ପ୍ରଭାତ କୁମାର ଉପସ୍ଥିତ ରହି ପେନସନ୍ ସର୍ଭିସ୍ କଣ୍ଡିସନ ୬୦ ରୁ ୬୨ ବର୍ଷ କୁ ବୃଦ୍ଧି ନିମନ୍ତେ ଆଲୋଚନା କରାଗଲା ଏବ୍ଂ ସରକାରୀ ସ୍ତରରେ କେତେ କଣ କରାଯାଇଛି କଣ ହେବାକୁ ଯାଉଛି ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଗଲା। ଅନୁଗୁଳ ଜିଲ୍ଲା ର ୪୮୮ ବର୍ଗ ର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରାଜ୍ୟ ସଂଗଠନର ସଭାପତି ଶ୍ରୀ ପବିତ୍ର ମହଳା ଉପସ୍ଥାପନ କରିଥିଲେ। ସରକାରଙ୍କ ଠାରୁ କିପରି ହକ୍ ପାଇପାରିବା ସେଥିପାଇଁ ଆସନ୍ତା ତା ଅଗଷ୍ଟ ୦୯, ୨୦୨୩ ରିଖ କ୍ରାନ୍ତି ଦିବସ ରେ ବୁଧବାର ଭୁବନେଶ୍ବର ଲୋୟାର ପି ଏମ ଜି ରେ ଏକତ୍ରୀତ ହୋଇ ସରକାରଙ୍କୁ ଆମର ଦାବି ପତ୍ର ପ୍ରଦାନ କରିବା ସମଗ୍ର ଅନୁଗୁଳ ଜିଲ୍ଲା ର ୪୮୮ ବର୍ଗର ଏହି ସମ୍ମିଳନୀ କୁ ଜିଲ୍ଲା ଆବାହକ ଅଧ୍ୟାପକ ହରମୋହନ ଦାସ ନେତୃତ୍ବ ନେଇଥିଲେ। ସମ୍ମିଳନୀକୁ ପରିଚାଳନା କରିଥିଲେ ପି ଏସ ଏସ ଜେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଅଶୋକ କୁମାର ପ୍ରଧାନ ପୌରୋହିତ କରିଥିଲେ। ଏଥିରେ ସହଯୋଗ କରି ଶ୍ରୀ ଅଜୟ କୁମାର ପ୍ରଧାନ, ଶ୍ରୀ ରବିନାରାୟଣ ବେହେରା, ଶ୍ରୀ ବଶିଷ୍ଠ କୁମାର ସାହୁ ଶ୍ରୀ ଯୁଗଳ କିଶୋର ସାହୁ, ଶ୍ରିମତୀ ସୁନିତା ସାହୁ ଶ୍ରୀମତୀ ସଂଗୀତା ରଥ ପ୍ରଭୁତି ୭୫ ଜଣ ସଭ୍ଯ ଯୋଗ ଦେଇ ସଂଗଠନକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଅନୁଗୁଳ ଜିଲ୍ଲାର ନବ ନିର୍ବାଚିତ ସଭାପତି ଶ୍ରୀ ଅଧିରାଜ ପ୍ରଧାନ ଓ ସମ୍ପାଦନ ହରମୋହନ ଦାସ ନେତୃତ୍ୱ ନେଇ ଅନୁଗୁଳ ଜିଲ୍ଲା ସମ୍ମିଳନୀ କୁ ସଫଳ କରି ପାରିଥିଲେ। ଅଧ୍ୟାପକ ଶ୍ରୀ ଅଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *