ରାଜ୍ୟର ବ୍ୟାଙ୍କିଙ୍ଗ ସୁବିଧା ନଥିବା ଗ୍ରାମ ପଞ୍ଚାୟତରେ ସିଏସପି ପ୍ଲସ୍ ଆଉଟ୍ଲେଟ୍ ଖୋଲାଯିବ। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବା ତଥା ସରକାରଙ୍କ ଦ୍ଵାରା ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଠିକ୍ ସମୟରେ ପ୍ରଦାନ କରିବା ନିମନ୍ତେ ଏହା ସହାୟକ ହେବ।
ଏସ୍ବିଆଇ, ପିଏନବି, ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା ପ୍ରମୁଖ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏହି ସବୁ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା ପ୍ରଦାନ କରିବେ।
ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ବ୍ୟାଙ୍କିଙ୍ଗ ସେବା ସୁବିଧା ନଥିବା ସମସ୍ତ ଗ୍ରାମ ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ବ୍ୟାଙ୍କ ପ୍ଲସ୍ ସୁବିଧା ପ୍ରଦାନ କରାଯିବ। ସଞ୍ଚୟ ବ୍ୟାଙ୍କ ଖାତା, ନଗଦ ଉଠାଣ ସମେତ ପ୍ରାୟ ସମସ୍ତ ମୌଳିକ ବ୍ୟାଙ୍କିଙ୍ଗ ସେବାଗୁଡିକ ଏହି କେନ୍ଦ୍ରରେ ଉପଲବ୍ଧ ହେବ।




