Spread the love

ଅନୁଗୋଳ ତା 24/09/23 – ଗତ 16ତାରିଖ ଠାରୁ ଜିଲ୍ଲା ପ୍ରଶାସନ ଓ ଓରମାସ ଉଦ୍ୟମରେ ନାଲକୋ ଠାରେ ଆରମ୍ଭ ହୋଇଥିବା ଜାତୀୟ ପଲିଶ୍ରୀ ମେଳା ଆଜି ଉଦଯାପିତ ହୋଇଯାଇଛି. ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀ ମହେଶ ସାହୁ ଯୋଗ ଦେଇ କହିଥିଲେ ଜିଲ୍ଲା ପ୍ରଶାସନର ଉଦ୍ୟମ ଏବଂ ନାଲକୋର ଅକୁଣ୍ଠ ସହାୟତା କାରଣରୁ ଏହି ଭଳି ମେଳା ସଫଳତାର ସହ ସମ୍ପନ୍ନ ହୋଇପାରିଛି. ଏହି ମେଳା ଆୟୋଜନ ଦ୍ୱାରା କ୍ରେତା ବିକ୍ରେତା ଉଭୟ ଉପକୃତ ହୋଇପାରିଛନ୍ତି. ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ଭାରତର ବିଭିନ୍ନ ପ୍ରଦେଶରୁ ଏମାନଙ୍କ ଉତ୍ପାଦ ନେଇ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଆର୍ଥିକ ସାମାଜିକ ଉନ୍ନତି ହେବା ସହ ସାଂସ୍କୃତିକ ଭାବର ଆଦାନ ପ୍ରଦାନ ଯୋଗୁଁ ଏହି ମେଳା ସହାୟକ ହୋଇଛି ଏଣୁ ବହୁତ ଖୁସି. ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ.
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ ମହାପାତ୍ର ତାଙ୍କ ଭାଷଣରେ ଅନୁଗୋଳ ଜିଲ୍ଲାର ଗ୍ରାମାଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ମହିଳା ସ୍ୱାବଲମ୍ବୀ ହୋଇ ସେମାନଙ୍କ ପରିବାରର ଆର୍ଥିକ ଉନ୍ନତି ସମେତ ସମ୍ମାନ ବୃଦ୍ଧି କରିପାରୁଛନ୍ତି, ଏହି ଭଳି କାର୍ଯ୍ୟକ୍ରମ ପାଇଁ ସବୁବେଳେ ସହାୟତା ପ୍ରଦାନ ପାଇଁ ସର୍ବଦା ପ୍ରସ୍ତୁତ. ଜିଲ୍ଲା ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଦ୍ମନାଭ ସାମନ୍ତରାୟ ଗ୍ରାମାଞ୍ଚଳର ବିକାଶରେ ରାଜ୍ୟ ତଥା ଦେଶର ବିକାଶ ସମ୍ଭବ ଏଥିପାଇଁ ଗ୍ରାମାଞ୍ଚଳ ମା ମାନଙ୍କର ଆର୍ଥିକ ଉନ୍ନତି ଦିଗରେ ଜିଲ୍ଲା ପ୍ରଶାସନ ସଦା ସର୍ବଦା ଚେଷ୍ଟା ଜାରିରଖିଛି, ଆଗକୁ ଆହୁରି ଅଧିକ ପ୍ରୟାସ କରିବ ମଧ୍ୟ. ଏହି ମେଳାର ସଫଳତା ପାଇଁ ସମସ୍ତ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ. ଶେଷରେ ଓରମାସ ସି ଇ ଓ ଶ୍ରୀ ସୌରଭ ଦାସ କହିଥିଲେ ଗତକାଲି ସୁଦ୍ଧା ମୋଟ 3କୋଟି 96ଲକ୍ଷର କିଣାବିକା ହୋଇଛି, ଆଜିର ବ୍ୟବସାୟକୁ ମିଶାଇଲେ ମୋଟ 4ରୁ 5କୋଟି ହେବ ବୋଲି ଆଶା ଏବଂ ଏହାର ସମସ୍ତ ଲାଭ ସମସ୍ତ ସିଧାସଳଖ ବିକ୍ରେତାଙ୍କ ନିକଟକୁ ଯିବ. ଶେଷରେ ଶ୍ରୀ ଦାସ ଏହି ମେଳାର ସଫଳତା ପାଇଁ ପ୍ରଶାସନ, ସାମ୍ବାଦିକବନ୍ଧୁ ନାଲକୋ ର କର୍ମକର୍ତା ଓ ଜନସାଧାରଣ ଙ୍କୁ ଧନ୍ୟବାଦ ଦେବାସହ ସଭାପତିଙ୍କ ଅନୁମୋଦନ କ୍ରମେ ମେଳାର ଉଦଯାପନୀ ଘୋଷଣା କରିଥିଲେ।

ଗତ ନବ ଦିନ ବ୍ୟାପି ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ରଞ୍ଜନ କୁମାର ବେହେରା ଏବଂ ତାଙ୍କୁ ସହାୟତା କରିଥିଲେ ଜିଲ୍ଲା ସଂସ୍କୃତି ବିଭାଗ, ଅନୁଗୋଳର ଶ୍ରୀ ଲକ୍ଷ୍ମୀ ପ୍ରସାଦ ଦ୍ବିବେଦୀ।

Leave a Reply

Your email address will not be published. Required fields are marked *

You missed