Spread the love

ଦୋଳ ମଣ୍ଡପ ସାହିରେ ମା’ ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା

ଢେଙ୍କାନାଳ, ୨୪।୯: ଢେଙ୍କାନାଳ ସହର ଦୋଳ ମଣ୍ଡପ ସାହିରେ ମା’ ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା ଅନୁଷ୍ଠିତ ହେଉଅଛି । ଦୀର୍ଘ ୨୪ ବର୍ଷ ଧରି ହେଉଆସୁଅଛି । ସକାଳୁ ବାଲୁଙ୍କା ପୂଜା, ଦିନ ୧୧ ଟାରେ ମା’ଙ୍କର ପୂଜା ସହିତ ଭୋଗ ଲାଗି କରାଯାଇଥିଲା ଓ ରାତ୍ର ୮ ଘଟିକାରେ ମା’ଙ୍କ ବହି ବୋଲିବା ପରେ ରାତ୍ର ପୂଜା ସହିତ ବୋଇତ ବନ୍ଦାଣ ଓ ଭୋଗଲାଗି କରାଯାଇ ମହା ଆଡମ୍ବରରେ ପୂଜା କରାଯାଇଅଛି । ଅନୁଷ୍ଠାନ ମୁଖ୍ୟ ଗୋବର୍ଦ୍ଧନ ଦଲେଇଙ୍କ ତତ୍ବାବଧାନରେ ରୋଜି ଷଣ୍ଢ, ବଳରାଣ ଷଣ୍ଢ ମହେନ୍ଦ୍ର ଦଳେଇ, ସନ୍ଦୀପ୍ କୁମାର ବେହେରା, କାହ୍ନା ଷଣ୍ଢ, ଗୌତମ ଷଣ୍ଢ, ମଙ୍ଗଳା ଦଳେଇ, କାଂଚନ ଷଣ୍ଢ, ସୁଲୋଚନା ଷଣ୍ଢ, ସତ୍ୟଭାମା ପ୍ରଧାନ, ବୁଦୁଲତା ଦଳେଇ, ସବିତା ବାରିକ, ଗାୟତ୍ରୀ ଷଣ୍ଢ, ଜୀବିକା ଷଣ୍ଢ, ସୁଜାତା ବେହେରା ଓ ସୁଭଦ୍ରା ଦଲେଇ ପ୍ରମୁଖ ପୂଜାରେ ସହଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *