Spread the love

ଝୁଲନ୍ତା ଅବସ୍ଥାରେ ଚମ୍ପୁଆ ବ୍ଲକ୍ ପରିମଳ ଓ ଜଳଯୋଗାଣ ବିଭାଗ କନିଷ୍ଟ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର।

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂ ଙ୍କ ଝୁଲନ୍ତା ମୃତ ଦେହ ତାଙ୍କ ନିଜ ଗ୍ରାମ ଜୟନ୍ତୀନାପୁର ବୈତରଣୀ ନଦୀ କୂଳରେ ଏକ ଜାମୁ ଗଛରୁ ଉଦ୍ଧାର କରା ଯାଇଛି l ନିକଟରେ ତାଙ୍କ ବାଇକ ଓ ହେଲମେଣ୍ଟ ରହି ଥିବାବେଳେ ଏକ ନୂଆ ପ୍ଲାଷ୍ଟିକ ଦଉଡ଼ିରେ ତାଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଠାବ କରାଯାଇଥିବା ବେଳେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି l ରାମକୃଷ୍ଣ ଗତକାଲି ଦିନ ବେଳୁ ଚମ୍ପୁଆ ସ୍ଥିତ ବ୍ଲକ୍ କୋଲନୀ ସରକାରୀ ବାସ ଭବନରୁ ନିଖୋଜ ଥିବା ନେଇ ସୂଚନା। ସେ ଘରୁ ବାହାରିବା ସମୟରେ ନିଜ ମୋବାଇଲ ଘରେ ଛାଡି ଦେଇଥିବାରୁ ଘର ଲୋକେ ତାଙ୍କୁ ଚାରି ଆଡ଼େ ଖୋଜା ଖୋଜି କରି ଥିଲେହେଁ ତାଙ୍କ କୌଣସି ଖବର ପାଇ ନ ଥିଲେ l ଆଜି ତାଙ୍କ ଗାଁ ଲୋକେ ସକାଳୁ ନିକଟସ୍ତ ବୈତରଣୀ ନଦୀକୁ ଗାଧୋଇବାକୁ ଯାଇ ଥିବାବେଳେ ରାମକୃଷ୍ଣ ଙ୍କ ମୃତ ଦେହ ଏକ ଜାମୁ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇ ଗାଁ ରେ ଖବର ଦେବାପରେ ଏ ନେଇ ଚମ୍ପୁଆ ପୋଲିସକୁ ସୂଚନା ଦିଆ ଯାଇଥିଲା l ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି , ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ନେଇ ସୂଚନା, ଏବଂ ଚମ୍ପୁଆ ପୋଲିସ୍ ପକ୍ଷରୁ ଏ ବିଷୟରେ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *