Spread the love

(ଓଡିଶା ବନ୍ଦ କୁ ସଫଳ କରିବାକୁ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ପକ୍ଷରୁ ସମୂହ ଦୀପଦାନ)

ଜଗତସିଂହପୁର
ତା =25/9/23
ଜଗତସିଂହପୁର
ପୁରୀ ଶ୍ରୀମନ୍ଦିର ଚାରି ଦ୍ବାର ମଧ୍ୟରୁ ଭକ୍ତମାନଙ୍କ ପାଇଁ ଗୋଟିଏ ଦ୍ବାର ଖୋଲା ରହୁଛି। କରୋନା ଆଳ ଦେଖାଇ ସରକାର ଅନ୍ୟ ୩ଟି ଦ୍ଵାର ବନ୍ଦ କରିଛନ୍ତି । ପୁରୀ ବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ କେବଳ ପୁରୀ ବାସୀଙ୍କ ପାଇଁ ପଶ୍ଚିମ ଦ୍ଵାର ଖୋଲା ରହୁଛି। ଅନ୍ୟାନ୍ୟ ଭକ୍ତ କେବଳ ସିଂହଦ୍ଵାର ଦେଇ ଯିବାକୁ ପଡୁଛି। ଯାହା ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଚାରି ପାଞ୍ଚ ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡୁଛି।। ବୟସ୍କ ଭକ୍ତ, ରୋଗୀ ଓ ଶିଶୁମାନେ ବହୁ ଅସୁବିଧା ଭୋଗୁଛନ୍ତି। ଭିଡ଼ ଯୋଗୁଁ ଅନେକ ଭକ୍ତ ବଡ଼ଦାଣ୍ଡରୁ କେବଳ ନୀଳଚକ୍ର ଓ ପତିତପାବନ ବାନାକୁ ଦର୍ଶନ କରି ଫେରୁଛନ୍ତି। ଅନ୍ୟପକ୍ଷରେ ଭିତର ରତ୍ନ ଭଣ୍ଡାର ଅବସ୍ଥା ଶୋଚନୀୟ। ଉପଯୁକ୍ତ ମରାମତି ନହେଲେ ମନ୍ଦିର ଭାଙ୍ଗି ପଡ଼ିବାର ଆଶଙ୍କା ଦେଖାଦେଲାଣି।ଜଗନ୍ନାଥ ସେନା ର ବାରମ୍ବାର ଦାବି ସତ୍ୱେ ଫଳ ଶୂନ। ଏହାର ପ୍ରତିବାଦରେ ଶ୍ରୀ ଜଗନ୍ନାଥ ସେନା, ପୁରୀ ଆଗାମୀ ଅକ୍ଟୋବର ୩ତାରିଖ ମଙ୍ଗଳବାର ଓଡିଶା ବନ୍ଦ ଡାକରା ଦେଇଛି। ଏହାକୁ ସମର୍ଥନ କରି ଜଗତସିଂହପୁର ଜ଼ିଲ୍ଲା ଜଗନ୍ନାଥ ଚେତନା ସୁରକ୍ଷା ପରିଷଦ ପକ୍ଷରୁ ଝଙ୍କଡ଼ ସ୍ଥିତ ମା ଶାରଳା ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କୁ ଭଲପାଉଥିବା ଓଡ଼ିଶା ବାସୀ ସମସ୍ତେ ସ୍ବେଛାକୃତ ଭାବେ ଓଡିଶା ବନ୍ଦ କୁ ସଫଳ କରିବା ପାଇଁ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ଅଭିଯାନ ର ସଂଯୋଜକ ସରୋଜ କୁମାର ନାୟକ, ଦୃତିଧର ଦାଶ, ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ନିବେଦନ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *