Spread the love

ଭୋଟରଙ୍କୁ ସଚେତନତା କରିବା ପାଇଁ ଅନୁଗୋଳ ରେ ଆୟୋଜିତ ହୋଇଛି ପଥ ଉତ୍ସବ

 

 

ଅନୁଗୋଳ ବ୍ଲକ

ତାରିଖ – ୨୮/୧୦/୨୦୨୩

 

 

Anchor – ରାହାଗିରି ମାଧ୍ୟମରେ ଲୋକ ଙ୍କୁ ସଚେତନତା କରିଛି ଅନୁଗୋଳ ଜିଲା ନିର୍ବାଚନ ବିଭାଗ ।ନୂଆ ଭୋଟର ଙ୍କୁ ତାଲିକା ଭୁକ୍ତ କରିବା ଦୋହରା ଭୋଟର ଙ୍କୁ ତାଲିକା ରୁ ବାଦ ଦେବା ଏନେଇ ସଚେତନତା କରାଯାଇଛି। ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆୟୋଜନ ହୋଇଥିଲା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଆରମ୍ଭ ରେ କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଆରମ୍ଭ ହୋଇଥିଲା ବିଭିନ୍ନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଝୋଟି, ରଙ୍ଗୋଲି ଠାରୁ ଆରମ୍ଭ କରି ଯୋଗ, କରାଟେ, ଟାଇକୋଣ୍ଡ ଆଦି ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ବିଭିନ୍ନ ଲୋକ କଳା ପିଲା, ଦାସକାଠିଆ ଠାରୁ ଆରମ୍ଭ କରି ଓଡିଶୀ ଓ ଅନ୍ୟାନ୍ୟ ନୃତ୍ୟ ସବୁ ଦେଖିବାକୁ ମିଲିଥିଲା। ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲା ଅତିରିକ୍ତ ନିର୍ବାଚନ ଅଧିକାରୀ ଉଦୟ କୁମାର ମହାପାତ୍ର ଓ ଅନ୍ୟ ନିର୍ବାଚନ ଅଧିକାରୀ ଓ କର୍ମଚାରୀ ପୋଲିସ କର୍ମଚାରୀ ଏହି ଉତ୍ସବରେ ସାମିଲ ହୋଇଥିଲେ। ଶୀତ ଆରମ୍ଭ ରେ ସଚେତନତା ପାଇଁ ଆୟୋଜିତ ଏହି ଉତ୍ସବ ର ସମସ୍ତେ ମଜା ନେବା ସହ ସଚେତନତ ମଧ୍ୟ କରାଯାଇଥିଲା ।

 

 

 

 

 

Leave a Reply

Your email address will not be published. Required fields are marked *