Spread the love

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର କଙ୍କା ଗ୍ରାମରେ ମାଆ ଗଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆଜିଠାରୁ କୁମାର ପୂର୍ଣ୍ଣିମା ଅବସରରେ ସାତଦିନ ପର୍ଯ୍ୟନ୍ତ ଚାଲିବ ମା ଲକ୍ଷ୍ମୀଙ୍କ ପୂଜା,ଚଳିତ ବର୍ଷ ପ୍ରଥମ କରି ମାଆଙ୍କ ମସ୍ତକରେ ଚାନ୍ଦିର ମୁକୁଟ ଝଲସିଲା l ପ୍ରାତଃ କାଳରେ କଳସ ଯାତ୍ରା ହେବା ସହ ସୂର୍ଯ୍ୟ ପୂଜା ସାରି ମାଆଙ୍କ ମୁର୍ଣ୍ଣୟୀ ମୂର୍ତ୍ତିରେ ଜୀବନ୍ୟାସ ଦିଆଯିବା ପରେ ହୋମ ଯଜ୍ଞ ହୋଇଥିଲା l କର୍ତ୍ତାଭାବେ ଶ୍ରୀଯୁକ୍ତ ବଳରାମ ପରିଡା ଓ ତାଙ୍କ ସହ ଧର୍ମିଣୀ, ପୁରୋହିତ ଶ୍ରୀଯୁକ୍ତ କାନ୍ହୁ ଚରଣ ମିଶ୍ର ପୂଜାପାଠ ହୋମ ଯଜ୍ଞ କରିଥିଲେ, ପୂଜା ମଣ୍ଡପରେ ମାଆଙ୍କ ପୂଜା କିପରି ସରସ ସୁନ୍ଦର ହୋଇପାରିବ କଙ୍କା ପୂଜା ପ୍ରତିଷ୍ଠାନର କାର୍ଯ୍ୟକର୍ତ୍ତା ଓ କଙ୍କା ଗ୍ରାମବାସୀ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି l ଆଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ଅଛି ବୋଲି କାର୍ଯ୍ୟକର୍ତ୍ତା ଗଣ କହିଛନ୍ତି

Leave a Reply

Your email address will not be published. Required fields are marked *