Spread the love

ବିଷୟ _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବାଙ୍ଗରା ପଞାୟତର କଣ୍ଟିତର ଠାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଦ୍ଵାରା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ଶୁଭ ଭିର୍ତ୍ତୀପ୍ରସ୍ଥର ସ୍ଥାପନା ହୋଇଯାଇଛି।ଏହା ଆର ଡି ରାସ୍ତା ଠାରୁ କଣ୍ଟିତର ବିଲସାହି ରାସ୍ତା ଭାୟା ରାଉତ ସାହି ବେଙ୍ଗା ସେତୁ ରାସ୍ତା ପର୍ଯ୍ୟନ୍ତ ହେବ ।ଏହି ପାଞ କିଲୋମିଟର ୫୦୦ ମିଟର ରାସ୍ତା ପାଇଁ ୭କୋଟି ୬୫ଲକ୍ଷ ୮ହଜାର ୧୧୧ଟଙ୍କା ମଞୁର ହୋଇଛି ।ଏବଂ ୩୨୬ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବାର୍ଦ୍ଧକ୍ୟ ବିଧବା ଓ ଦିବ୍ୟାଙ୍ଗ ଭତ୍ତା ବଣ୍ଟନ କରାଯାଇଥିଲା।ଏହି ଉସ୍ଥବରେ ଅନ୍ୟମାନଙ୍କ ମଧ୍ୟରେ ACO ଧର୍ମେନ୍ଦ୍ର ସାହୁ,ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଜିଲ୍ଲାପରିଷଦ ସଭ୍ୟ ନନ୍ଦକିଶୋର ସାମଲ ଖଗେଶ୍ବର ମହାନ୍ତି, ଗୁରୁ ଚରଣ ଥାଟୋଇ, ଦିଲ୍ଲୀପ ରାଉତ,ଧିରେନ ଜେନା, ଗନ୍ଧବ୍ର ଦାଶ,ଭଗତ ବେଉରିଆ, SDO ପ୍ରସନ୍ନ ସାହୁ ପ୍ରମୁଖ ଯୋଗଦେଇ ଥିଲେ

ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *

You missed