ଧର୍ମପରାୟଣ ବ୍ୟକ୍ତିଙ୍କ ଏକାଦଶ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଯାଜପୁର,୧୧/୯ (ଜାଗ୍ରତ ଭାରତ ନ୍ୟୁଜ): ପାରିନୁଆପଡା ପଞ୍ଚାୟତର ହାବଳଗଣ୍ଡ ପାଟଣା ର ସାମଲ ସାହିର ବିଶିଷ୍ଟ ଧର୍ମ ପରାୟଣ ବ୍ୟାକ୍ତି, ପରୋପକାରୀ, ସମାଜସେବୀ ଏବଂ ଆଖପାଖ ଅଞ୍ଚଳର ଜଣାଶୁଣା ଚେହେରା ତଥା ଲୋକଙ୍କୁ ସେବା ଯୋଗୋଉଥିବା ଘନଶ୍ୟାମ ସାମଲଙ୍କ ଏକାଦଶ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଦିଆଯାଇ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ସମ୍ମାନିତ ଅତିଥି ଭାବେ ରାହାସବିହାରୀ ପରିଡ଼ା,ପ୍ରଭାତ ସାର,ବିଦ୍ୟାଧର ଦାସ, ମହେଶ୍ୱର ଦାସ, ଇନ୍ଦ୍ରମଣି ପାତ୍ର, ଶିକ୍ଷାବିତ ପଣ୍ଡିତ ବଟକୃଷ୍ଣ ପଣ୍ଡା, ଶିକ୍ଷାବିତ ରତିକାନ୍ତ ଦାସ,ଆଠପାଟଣା ସାଂସ୍କୃତିକ ପରିଷଦ ର କୋଷାଧ୍ୟକ୍ଷ ଦେବେନ୍ଦ୍ର ପରିଡ଼ା, ସାମ୍ବାଦିକ ସରୋଜ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ଚନ୍ଦ୍ର ବେହେରା, ପ୍ରଦ୍ୟୁମ୍ନ ରାଉତ, ପ୍ରାକ୍ତନ ନ୍ୟାୟବ ସରପଞ୍ଚ ପୁରୁଷୋତ୍ତମ ଦାସ। ପ୍ରମୁଖ ଯୋଗଦେଇ ସ୍ବର୍ଗତ ଘନଶ୍ୟାମ ସାମଲଙ୍କ ବିଷୟରେ ବହୁ କଥା ଆଲୋଚନା କରିଥିଲେ। ଶେଷରେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଥିଲେ ସ୍ବର୍ଗତ ଘନଶ୍ୟାମ ସାମଲଙ୍କ ବଡ଼ଭାଇ ଜ ଇରାମ ସାମଲ। ଏହି କାର୍ଯ୍ୟକ୍ରମରେ ଘନଶ୍ୟାମ ସାମଲଙ୍କ ପୁତ୍ର,କନ୍ୟା,ପୁତ୍ର ବଧୁ ,ନାତି ନାତୁଣୀ,ଝିଅ ଜୋଇଁ ଏବଂ ବନ୍ଧୁ ବର୍ଗ ସମସ୍ତେ ଉପସ୍ଥିତ ରହି ସହଯୋଗ କରିଥିଲେ ୍



