Spread the love

ବଅଁରପାଳ ଠାରେ ଟାଟା ଷ୍ଟିଲ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ଅନୁଗୋଳ, 03/10 – ଆଜି ଟାଟା ଷ୍ଟିଲ ମେରାମଣ୍ଡଳି ଓ ପଠାଣି ସାମନ୍ତ ପ୍ଲାନେଟୋରିଅମର ଭୁବନେଶ୍ବରର ମିଳିତ ଆନୁକୁଲ୍ୟରେ ବଅଁରପାଳ ଠାରେ ଟାଟା ଷ୍ଟିଲ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥି ଭାବେ ସକାଳ ଖବର କାଗଜ ବଅଁରପାଳ ପ୍ରତିନିଧି ଅଖିଳ କୁମାର ମହାପାତ୍ର, ଓରିଶା ଟୁଡ଼େ ଜିଲ୍ଲା ପ୍ରତିନିଧି ସୁଶୀଲ କୁମାର ଆଇଚ, ଟାଟା ଷ୍ଟିଲ ଏକଜିକ୍ୟୁଟିଭ କର୍ପୋରେଟ ଭବେନ୍ ରଞ୍ଜନ କର, ହାଇସ୍କୁଲ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ପ୍ରଧାନ ପ୍ରମୂଖ ଯୋଗ ଦେଇଥିଲେ l ସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ୟୋଙ୍ଗ astronauter ଟ୍ୟାଲେଣ୍ଟ search ପାଇଁ ଏକ ଲିଖିତ ପରୀକ୍ଷା ଦେଇଥିଲେ l ଅପରପକ୍ଷେ ଷଷ୍ଠ, ସପ୍ତମ, ଓ ଅଷ୍ଟମ ଶ୍ରେଣି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l ପଠାଣି ସାମନ୍ତ planetorium ରୁ ଆସିଥିବା ଅଧିକାରୀ ମାନଙ୍କ ଦ୍ଵାରା ଏହି ପରୀକ୍ଷା ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *