ଭୂବନେଶ୍ୱର, ୦୭/୧୧ : ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଆଉ ଏକ ବାଘୁଣୀ । ମହାରାଷ୍ଟ୍ରର ତଡବା ବ୍ୟାଘ୍ର ପ୍ରକଳ୍ପରେ ପହଂଚିଲେ ମୟୂରଭଞ୍ଜ ଜିଲ୍ଲାର ଦଶ ଜଣିଆ ଟିମ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ସହକାରୀ ବନ ସଂରକ୍ଷକ ପ୍ରଦୀପ ଦେଙ୍କ ନେତୃତ୍ବରେ ଏକ ଦଶ ଜଣିଆ ଟିମ ମହାରାଷ୍ଟ୍ର ଗସ୍ତ କରିଛନ୍ତି। ଏହି ଟିମ ତଡବା ବ୍ୟାଘ୍ର ପ୍ରକଳ୍ପରେ ଅନ୍ୟ ଏକ ବାଘୁଣୀକୁ ଧରିବାକୁ ଯୋଜନା କରୁଛନ୍ତି ବୋଲି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।
