ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ଆଉ ଦିନ କେଇଟା । ଭୋଟରକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଜୋର ସୋରରେ ଲାଗିପଡିଛନ୍ତି ଉଭୟ ହେମନ୍ତ ସରକାର ଏବଂ ବିଜେପି । ଆଜି ଏହାକୁ ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ମଇଦାନକୁ ଓହ୍ଲାଇବେ । ଆଜି ପ୍ରଧାନମନ୍ତ୍ରୀ ମୋଦି ରାଞ୍ଚି ଠାରେ ମେଗା ରୋଡ ଶୋ’ କରିବେ । ଏନେଇ ଝାରଖଣ୍ଡ ବିଜେପି ପ୍ରଭାରୀ ତଥା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ସୂଚନା ଦେଇ କହିଛନ୍ତି, ମୋଦି ଆଜି ଝାରଖଣ୍ଡରେ ୩ କିମି ଐତିହାସିକ ରୋଡ ଶୋ’ କରି ଝାରଖଣ୍ଡବାସୀଙ୍କୁ ସମ୍ବୋଧିତ କରିବେ ।ଏଥିସହିତ ବିଜେପିର ଅନେକ ବରିଷ୍ଠ ନେତା ମଧ୍ୟ ଏଥିରେ ଯୋଗ ଦେବେ ।ତେବେ ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଝାରଖଣ୍ଡ ପାଇଁ ସଂକଳ୍ପ ପତ୍ର ଜାରି କରିବାର ଠିକ୍ ଦିନ ପରେ ଅର୍ଥାତ୍ ଗତ ୫ ତାରିଖରେ ମୋଦି ଚାଇବାସ ଏବଂ ଗରଓ୍ବାରେ ରାଲି କରିଥିଲେ । ଯେଉଁଥିରେ ମୋଦି ଝାରଖଣ୍ଡବାସୀଙ୍କୁ ସମ୍ବାଧୀତ କରି କହିଥିଲେ, ରାଜ୍ୟରେ ବିଜେପି ସରକାର ଗଢିବାକୁ ଯାଉଛି । ଆଜି ପୂରା ଝାରଖଣ୍ଡ ବାସୀ ଗୋଟିଏ ସ୍ବରରରେ କହୁଛନ୍ତି, ରୋଟି, ବେଟି ଅର୍ ମାଟି କି ପୁକାର, ଝାରଖଣ୍ଡ ମେ ବିଜେପି ସରକାର( ଝାରଖଣ୍ଡର ରୁଟି, ମାଟି ଏବଂ ଝିଅ ସମସ୍ତେ କହୁଛନ୍ତି ରାଜ୍ୟରେ ବିଜେପି ସରକାର) । ଏଥିସହିତ ମୋଦି କହିଥିଲେ, ଯେତେବେଳେ ପ୍ରଥମ ବିଜେପି ସରକାର ଗଠନ ହୋଇଥିଲା, ସେତେବେଳେ ଅଟଳ ବିହାରୀ ବାଜପେୟୀ ସାରା ଦେଶକୁ ଝାରଖଣ୍ଡ ଭେଟିଦେଇଥିଲେ । ଝାରଖଣ୍ଡ ରାଜ୍ୟ ସୃଷ୍ଟି ହୋଇଥିଲା ।ସେପଟେ ଅମିତ୍ ଶାହା ଝାରଖଣ୍ଡ ପାଇଁ ପ୍ରତିଶ୍ରୁତିର ପେଡି ଖୋଲିଥିବା ବେଳେ ଏହା ସୋରେନ୍ ସରକାର ଗାଦି ଦୋହଲାଇ ଦେବାର ଚର୍ଚ୍ଚା ରହିଛି । ଝାରଖଣ୍ଡରେ ବିଜେପି ସଂକଳ୍ପ ପତ୍ରରେ ଦଳ ଆଗାମୀ ୨୫ ବର୍ଷ ପାଇଁ ୨୫ଟି ପ୍ରତିଶ୍ରୁତି ହାଇଲାଇଟ କରିଛି । ସେଗୁଡିକ ମଧ୍ୟରେ ମହିଳାଙ୍କୁ ମାସିକ ୨୧୦୦ ଟଙ୍କା ଦେବାକୁ ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦିଆଯାଇଛି । ଯଦି ବିଜେପି ସରକାରକୁ ଆସେ ତାହାଲେ ‘ଗୋଗୋ ଦିଦି’ ଯୋଜନାରେ ମହିଳାଙ୍କୁ ପ୍ରତି ମାସ ମିଳିବ ୨୧୦୦ ଟଙ୍କା । ଏଥିସହିତ ବର୍ଷକୁ ଦୁଇ ଥର ମାଗଣା ଏଲ୍ପିଜି ସିଲିଣ୍ଡର ଦିଆଯିବ । ଦୀପାବଳି ଓ ରାକ୍ଷୀପୂର୍ଣ୍ଣିମାରେ ମାଗଣା ଏଲ୍ପିଜି ସିଲିଣ୍ଡର ନେଇ ଘୋଷଣା କରିଛି ବିଜେପି । ଆଉ ବାକି ଅନ୍ୟ ସମୟରେ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଦିଆଯିବ । ଏଥିସହିତ ୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମଧ୍ୟ ସଂକଳ୍ପପତ୍ରରେ ଘୋଷଣା କରିଛି ବିଜେପି ।

July 2, 2026/
No Comments


