Spread the love

ନୂଆଦିଲ୍ଲୀ: ଏଣିକି ଏଟିଏମ୍ ଦ୍ବାରା ଉଠାଇ ହେବ ଇପିଏଫ ଟଙ୍କା । ଏନେଇ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଇପିଏଫର ତୃତୀୟ ସଂସ୍କରଣରେ ପେନସନ ଧାରୀଙ୍କୁ ମୋଟା ଅଙ୍କର ଟଙ୍କା ମିଳିବା ସହ କର୍ମଚାରୀଙ୍କ ପାଇଁ ଏହି ଟଙ୍କା ଉଠାଇବା ପାଇଁ ଏଟିଏମ୍ କାର୍ଡକୁ ବୈଧ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର ।

ଇପିଏଫ ୩.୦ରେ ଗ୍ରାହକଙ୍କ ପାଇଁ ଅନେକ କିଛି ସୁବିଧା ଆଣୁଛନ୍ତି ସରକାର । ଆସନ୍ତାବର୍ଷ ମଝି ଆଡକୁ ଇପିଏଫଓ ଗ୍ରାହକ ଏହି ସୁବିଧା ଦ୍ବାରା ଟେବିଟ୍ କାର୍ଡ ଜରିଆରେ ଏଟିଏମରେ ଇପିଏଫ ଟଙ୍କା ଉଠାଇପାରିବେ । ଯାହାକି ଏକ ନିର୍ଦ୍ଦିଷ୍ଟ ପରିମାଣ ଭିତରେ ସୀମିତ ରହିବ । ଏହାଦ୍ବାରା ଇପିଏଫ ଗ୍ରାହକ ଜରୁରୀକାଳୀନ ସ୍ଥିତିରେ ଟଙ୍କା ଉଠାଇପାରିବା ସହିତ ଟଙ୍କା ଉଠାଇବା ଲିମିଟେସନ୍ ସେମାନଙ୍କୁ କିଛି ସଞ୍ଚୟ କରିବାରେ ସାହାର୍ଯ୍ୟ କରିବ ।ରିପୋର୍ଟ ଅନୁଯାୟୀ, ଇପିଏଫରେ କର୍ମଚାରୀଙ୍କ ଅବଦାନ ଉପରେ ସରକାର ୧୨ ପ୍ରତିଶତ ପର୍ଯ୍ୟନ୍ତ ଲିମିଟେସନ ହଟାଇ ପାରନ୍ତି। ଏଥିରେ କର୍ମଚାରୀମାନଙ୍କୁ ସେମାନଙ୍କ ସଞ୍ଚୟ ଅନୁଯାୟୀ ଯୋଗଦାନ କରିବାର ବିକଳ୍ପ ଦିଆଯିବ । ଏହା ସହିତ କର୍ମଚାରୀମାନେ ଇପିଏଫରେ ଅଧିକ ରାଶି ଜମା କରି ଏକ ବଡ଼ ପାଣ୍ଠି ମଧ୍ୟ ସଞ୍ଚୟ କରିପାରିବେ । ଏଥିସହିତ ଦରମା ଅନୁଯାୟୀ ନିଯୁକ୍ତିଦାତାର ଅବଦାନ ସ୍ଥିର କରାଯିବ। ବର୍ତ୍ତମାନ କର୍ମଚାରୀମାନଙ୍କୁ ସେମାନଙ୍କର ମୌଳିକ ଦରମାର ମାତ୍ର ୧୨ ପ୍ରତିଶତ ଇପିଏଫରେ ଜମା କରିବାକୁ ପଡୁଥିବା ବେଳେ ଏହି ନୂଆ ସଂସ୍କରଣ ଦ୍ବାରା କର୍ମଚାରୀମାନେ ଇପିଏଫଓରେ ଅଧିକ ଟଙ୍କା ରଖି ପାରିବେ ।

ସବୁଠୁ ବଡ ଖୁସି ଖବର ହେଉଛି ଗ୍ରାହକ ଯେତେବେଳେ ଚାହିଁବେ ଏହି ଟଙ୍କାକୁ ଏଟିଏମ୍ ଦ୍ବାରା ଉଠାଇପାରିବେ । ଇପିଏଫଓ ୩.୦ରେ, କର୍ମଚାରୀମାନେ ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଇବାର ସୁବିଧା ପାଇବେ । ତେବେ ବର୍ତ୍ତମାନ କେବଳ କିଛି ବିଶେଷ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଇପିଏଫ ଟଙ୍କା ଉଠାଯାଉଥିବା ବେଳେ ଏହି ସୁବିଧାରେ ସେମାନେ କେବେ ବି ଟଙ୍କା ଉଠାଇ ପାରିବେ ମାତ୍ର ଏକ ନିର୍ଦ୍ଦିଷ୍ଟ ପରିମାଣର ।ଏନେଇ ସେମାନଙ୍କୁ ଆବେଦନ କରିବାକୁ ପଡିବ । କର୍ମଚାରୀମାନେ ଇପିଏଫଓ ​​ୱେବସାଇଟ୍ www.epfindia.gov.in କିମ୍ବା ଉମଙ୍ଗ ଆପ୍ ମାଧ୍ୟମରେ ପିଏଫ ଟଙ୍କା ପାଇଁ ଆବେଦନ କରିପାରିବେ ।

Leave a Reply

Your email address will not be published. Required fields are marked *