Spread the love

ସରକାର ଙ୍କ ବିରୋଧରେ ସ୍ଵର ଉତ୍ତୋଳନ କଲେ ଜମିହରା ପ୍ରଜା

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ଖଡକପ୍ରସାଦ ଗ୍ରାମରେ କାରଖାନା ସ୍ଥାପନା ପାଇଁ ଜମି ହରାଇ ଥିବା ପ୍ରଜା ମାନେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବୈଠକ କରି ସରକାରଙ୍କ ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି। ଜମିହରା ପ୍ରଜାଙ୍କ ସୂଚନା ମୁତାବକ ୨୦୦୬ ମସିହାରେ ଲାନକୋ ନାମକ ଏକ କାରଖାନା ପ୍ରତିଷ୍ଠା ପାଇଁ ଜମି ହରାଇ ଥିଲେ। ଗ୍ରାମବାସୀଙ୍କ ବଡ ଆଶା ଥିଲା କାରଖାନା ହେବ ପରବର୍ତ୍ତୀ ପିଢି ରୋଜଗାର କରିବେ ଓ ପାରିପାଶ୍ବିର୍କ ପରିବେଶ ଉନ୍ନତୀକରଣ ହେବ। କିନ୍ତୁ ଜମିହରା ପ୍ରଜାଙ୍କ ସ୍ଵପ୍ନ ସ୍ଵପ୍ନରେ ରହିଗଲା। ନା କମ୍ପାନୀ ଠିଆ ହୋଇ ପାରିଲା ନା ଲୋକଙ୍କ ଜମିର ମୂଲ୍ୟ ଦେଇପାରିଲା। କିଛିଦିନ ପରେ କମ୍ପାନୀ ଦେବାଳିଆ ହୋଇ ପଡ଼ିରହିଲା। ଜମିହରା ପ୍ରଜା ନିଜର ଜମି ପାଇବା ପାଇଁ ବିଭିନ୍ନ ସମୟରେ କମ୍ପାନୀ ସମ୍ମୁଖରେ ପ୍ରତିବାଦ ଜଣାଇଥିଲେ। ବିଭିନ୍ନ ସମୟରେ ତହସିଲଦାର, ଆରକ୍ଷୀ ଅଧିକ୍ଷକ, ଜିଲ୍ଲାପାଳ ଙ୍କ ଉପସ୍ଥିତ ରହି କମ୍ପାନୀ ପ୍ରତିଶ୍ରୁତି ଦେଇଥିଲା। ୨୦୨୧ – ୨୦୨୨ ମସିହାରେ ଏହାର ସମାଧାନ ପାଇଁ ତତ୍କାଳୀନ ଜିଲ୍ଲାପାଳ, ବିଧାୟକ ଓ ଢେଙ୍କାନାଳ ସଂସାଦ ଙ୍କ ଉପସ୍ଥିତିରେ ଜମି ର ପ୍ରାପ୍ୟ ପାଇଁ ଏନସିଏଲଟି ସଂସ୍ଥାର ସଞ୍ଜୟ ଗୁପ୍ତା ଗ୍ରାମବାସୀ ମାନଙ୍କୁ ପ୍ରତିଶୃତି ଦେଇଥିଲେ। ପ୍ରାପ୍ୟ ପାଇବା ଦୂରର କଥା ଏବେ ଗ୍ରାମବାସୀ ମାନେ ଶୁଣିବାକୁ ପାଇଛନ୍ତି କି ଯେଉଁ ଜମି ପାଇଁ ଦାବି କରିଥିଲେ ସେହି ଜମି କୁ ଆଉ କେଉଁ ସଂସ୍ଥା କୁ ବିକ୍ରି କରି ସେଠାରେ ନୂତନ କାରଖାନା ସ୍ଥାପନା ହେବା। ଏବେ ଗ୍ରାମବାସୀ ଅଡି ବସିଛନ୍ତି କି ଜମି ଆଉ ଦେବୁନାହିଁ କି କାରଖାନା ସ୍ଥାପନା ହେବନାହିଁ ଯଦି ହୁଏ ତେବେ ଭାରତ ସରକାର ଏହି ଜମିର ମୂଲ୍ୟ ବର୍ତ୍ତମାନ ସମୟରେ ଥିବା ମୂଲ୍ୟ ଦେଇ କାରଖାନା ସ୍ଥାପନା କରାଯାଉ।

Leave a Reply

Your email address will not be published. Required fields are marked *