ନୂଆଦିଲ୍ଲୀ: ସରିଲା ସଂସଦର ଲୋୟର ହାଉସ ଲୋକସଭାର ଶୀତକାଳୀନ ଅଧିବେଶନ । ଶେଷ ଦିନରେ ବି ବିରୋଧୀ ଓ ଶାସକଙ୍କ ନାଟକ ପୂର୍ଣ୍ଣ ବିକ୍ଷୋଭ ଦେଖିବାକୁ ମିଳିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସଂସଦ ଭବନ ବାହାରେ ଏକକାଳୀନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଗତକାଲି ସଂସଦ ପରିସର ଦୁଇ ଦଳ ମଧ୍ୟରେ ହୋଇଥିବା ହାଇଡ୍ରାମା ପରେ ଆଜି ପୁଣି ସମାନ ଝଲକ ଦେଖିବାକୁ ମିଳିଛି ।
ପରସ୍ପର ବିରୋଧରେ ନାରାବାଜି, ପ୍ଲା କାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି ଉଭୟ ଦଳର ସାଂସଦ ।ଗୋଟେ ପଟେ କଂଗ୍ରେସ ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିରୋଧ ଜୋରଦାର କରିଛି ତ ଆଉ ଗୋଟେ ପଟେ କଂଗ୍ରେସର ମିଛ ପଦାରେ ପକାଇ କଂଗ୍ରେସ ନେତାଙ୍କୁ କଡା ଟକ୍କର ଦେଉଛନ୍ତି ବିଜେପି ସାଂସଦ । ଯାହାକୁ ନେଇ ଆଜି ପୁଣି ହାଇଡ୍ରାମା ଦେଖିବାକୁ ମିଳିଛି । ତେବେ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ, ତର୍କବିତର୍କର ଉଷ୍ମତା ଏବଂ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳରେ ଚାଲିଥିବା ଶୀତକାଳୀନ ଅଧିବେଶନ ଆଜି ଶେଷ ହୋଇଛି । ଲୋକସଭା ଅଧିବେଶନ ଶେଷ ହୋଇଥିବା ଘୋଷଣା କରିଛନ୍ତି ବାଚସ୍ପତି ।
ତେବେ ଚଳିତ ଥର ଶୀତକାଳୀନ ଅଧିବେଶନ ବେଶ୍ ରୋଚକ ରହିଥିଲା । ସମ୍ବିଧାନ, ସଂଘୀୟତା ଏବଂ ଗଣତନ୍ତ୍ର ଉପରେ ଜୋରଦାର୍ ବିତର୍କ ହୋଇଥିଲା । ଯାହା ସଂସଦର ଉଷ୍ମତାକୁ ବେଶ୍ ବଢାଇଥିଲା । ସମ୍ବିଧାନ ଜନକ ବି.ଆର. ଆମ୍ବେଦକରଙ୍କ ଉପରେ ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ବିବାଦ, ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଲୋକସଭାରେ ସାଂସଦ ଭାବେ ପ୍ରବେଶ ଆଦି ବିଭିନ୍ନ ପ୍ରସଙ୍ଗ ଏଥରର ଅଧିବେଶନକୁ ରୋଚକ କରିଥିଲା । ଆଉ ସବୁଠୁ ଗୁରୁତ୍ବପୂର୍ଣ୍ଣ ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ୍ ବିଲ୍ ଲୋକସଭାରେ ଆଗତ କରାଇଥିଲେ ସରକାର ।ସବୁଠୁ ବେଶୀ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଗତକାଲିର ହଙ୍ଗାମା । ବିରୋଧୀ ଏବଂ ଶାସକଙ୍କ ମଧ୍ୟରେ ଆମ୍ବେଦକରଙ୍କ ପ୍ରସଙ୍ଗକୁ ନେଇ ଠେଲାପେଲା ପରିସ୍ଥିତି ସୃଷ୍ଟି ହେବାରୁ ଏଥିରେ ବିଜେପି ସାଂସଦ ପ୍ରତାପ ଷଢଙ୍ଗୀ ଏବଂ ମୁକେଶ ରାଜପୁତ୍ ଆହତ ହୋଇଥିବା ବେଳେ କଂଗ୍ରେସ ସଭାପତି ମଲ୍ଲିକାରଜୁନ୍ ଖଡଗେ ମଧ୍ୟ ଆଘାତ ପାଇଛନ୍ତି । ଯାକହାକୁ ବିଜେପି ବଡ ପ୍ରସଙ୍ଗ କରି ରାହୁଲଙ୍କୁ ଘେରିଛି । ଏମିତିକି ଜଣେ ବିଜେପି ମହିଳା ସାଂସଦ ଫାଙ୍ଗନୋନ୍ କୋନ୍ୟାକ୍ ରାହୁଲଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ମଧ୍ୟ ଆଣିଛନ୍ତି । ଯାକହାୁ ନେଇ ରାହୁଲଙ୍କ ନାଁ ମାମଲା ରୁଜ୍ଜୁ ହୋଇଥିବା ବେଳେ ଚାରିଆଡୁ ଛୁଟିଛି ବିରୋଧର ସ୍ବର ।
ତେବେ ଗତ ନଭେମ୍ବର ୨୫ ତାରିଖରେ ଆରମ୍ଭ ହୋଇଥିବା ଏହି ଅଧିବେଶନ ପ୍ରଥମ ସପ୍ତାହରେ ହିଁ ବିରୋଧୀଙ୍କ ହଙ୍ଗାମାରେ ମୁଲତବୀ ରହିଥିଲା । ଆଦାନୀ ସହ ମୋଦିଙ୍କ ସଂପର୍କକୁ ନେଇ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ସରକାର ଏପରି ଆଲୋଚନା ପାଇଁ ଅନୁମତି ଦେବାକୁ ମନା କରିବାରୁ ବିରୋଧ ପ୍ରଦର୍ଶନ କରିଥିଲା ଇଣ୍ଡି ମେଣ୍ଟ । ଆଉ କାର୍ଯ୍ୟଧାରା ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଠପ୍ ହୋଇଥିଲା ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-26-scaled.jpg)