
ବାଲିଗୁଡ଼ା: (ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ମେଡିକାଲ ସମ୍ମୁଖ ଗଳି ତଥା ଥାନା ଓ କାଳୀ ମନ୍ଦିର ନିକଟରେ ଶନିବାର ଅପରାହ୍ନରେ ହୁତୁହୁତୁ ହୋଇ ଜଳିଗଲା ଘରୋଇ ବସ୍ କ୍ରିଷ୍ଣା । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବସଟିରଭିତର ପାଖ ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ବାହାର ର ମଧ୍ୟ ଅଧିକାଂଶ ଭାଗ ପୋଡ଼ି ନଷ୍ଟ ହୋଇ ଯାଇଥିବା

ଜଣାପଡ଼ିଛି । ସୂଚନା ପ୍ରକାରେ ଦୀର୍ଘ ୪ମାସ ହେବ ଘରୋଇ ଯାତ୍ରୀ ବାହୀ ବସ କ୍ରିଷ୍ଣା ନଂ. ଓଆର-୧୮-ବି-୧୦୩୪ ଟି ରୁଟରେ ନଯାଇ ପଣସପଡି ଯିବା ରାସ୍ତା କଡ଼ରେ ଠିଆ ହୋଇ ରହିଥିଲା । ତେବେ ଦୀର୍ଘ ଦିନ ଧରି ରାସ୍ତା କଡରେ ଠିଆ ହୋଇଥିବା ବସରେ କିଭଳି ନିଆଁ ଲାଗିଲା ସେନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେପଟେ କେଉଁ କାରଣରୁ ବସରେ ନିଆଁ ଲାଗିଲା ସେନେଇ ବାଲିଗୁଡ଼ା ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

