Spread the love

ବୈତରଣୀ ନଦୀରେ ଭାସୁଛି ମୃତ ଦେହ, ଆତ୍ମହତ୍ୟା ସନ୍ଦେହ


କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ବୈତରଣୀ ନଦୀରେ ଭାସୁଛି ଶବ ଆତ୍ମହତ୍ୟା ସନ୍ଦେହ। ବୈତରଣୀ ପୋଲ ରୁ ଡେଇଁ ଜଣେଆତ୍ମହତ୍ୟା କରିଥିବା ନେଇ ସୂଚନା। ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦୋକାନ କରିଥିବା ବସନ୍ତ ପାତ୍ର ରାତି ପ୍ରାୟ ୧୧ଟା ବେଳେ ନିଜ ସ୍କୁଟିକୁ ଚମ୍ପୁଆ ବୈତରଣୀ ପୋଲ ଉପରେ ରଖି ନଦୀକୁ ଡେ଼ଇଁ ପଡ଼ିଥିବା ନେଇ ସୂଚନା। ତାଙ୍କ ମୃତଦେହ ବର୍ତ୍ତମାନ ବୈତରଣୀ ନଦୀରେ ଭାସୁଥିବା ଦେଖିବାକୁ ମିଳିଛି। ଚମ୍ପୁଆ ଝାଡ଼ଖଣ୍ଡ ସୀମା ରେ ଥିବା ବୈତରଣୀ ନଦୀରେ ପୋଲ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।ଅନ୍ୟପଟେ ବସନ୍ତ ଙ୍କ ମୃତ ଦେହ ନଦୀର ଅପର ପାର୍ଶ୍ବରେ ଥିବା ଝାଡ଼ଖଣ୍ଡ ସୀମାନ୍ତରେ ଭାସୁଥିବା ଯୋଗୁଁ ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରିଥିବା ବେଳେ ଏ ଯାଏଁ ମୃତ କର ଶବ ବୈତରଣୀ ନଦୀରେ ଭାସୁଥିବା ଅବସ୍ଥାରେ ଥିବା ନେଇ ସୂଚନା, ପୋଲିସ୍ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *