ଭୂବନେଶ୍ୱର, ୧୩/୦୧ : ରାଜ୍ୟରେ ଲାଗୁ ହେବାକୁ ଯାଉଛି ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା । ଆଜି କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ ପି ନଡାଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷର ହେବ। ରାଜ୍ୟରେ ଆୟୁଷ୍ମାନ ଭାରତ ପିଏମ ଜନ ଆରୋଗ୍ୟ ଯୋଜନା ଲାଗୁ ହେଲେ ପ୍ରାୟ ସାଢ଼େ ତିନି କୋଟି ଜଣ ଉପକୃତ ହେବେ ।
ପ୍ରତି ଯୋଗ୍ୟ ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କାର କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧୀନ ନ୍ୟାସନାଲ ହେଲଥ ଅଥରିଟି ସହ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିବେ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଏମ୍ଓୟୁ ସ୍ୱାକ୍ଷର ହେବ। ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ମଧ୍ୟ ଉପସ୍ଥିତ ରହିବେ।ପ୍ରତି ପରିବାର ସ୍ବାସ୍ଥ୍ୟ ସେବାରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର, କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ପାଇବେ। ହସ୍ପିଟାଲରେ ସେକେଣ୍ଡାରୀ ଏବଂ ଟେରସିଆରୀ କେୟାର ଏହି ଯୋଜନାରେ ଅନ୍ତର୍ଭୁକ୍ତ। ଅର୍ଥାତ ଗମ୍ଭୀର ରୋଗ ସହ ଜଟିଳ ରୋଗର ଚିକିତ୍ସା ସୁବିଧା ମିଳିବ । ସରକାରୀ ହସ୍ପିଟାଲ ଓ ଏମପ୍ୟାନେଲଡ ଘରୋଇ ହସ୍ପିଟାଲରେ ମିଳିବ ସୁବିଧା।
