ଭୂବନେଶ୍ୱର, ୧୨/୦୧ : ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ମଦେଡ ଜଙ୍ଗଲରେ ଡିଆରଜି ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ପ୍ରଥମେ ମାଓବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ।
ସୁରକ୍ଷା ବାହିନୀଙ୍କ ପାଲଟା ଗୁଳିମାଡ଼ରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ଅନ୍ୟ ମାଓବାଦୀମାନେ ଘଟଣାସ୍ଥଳ ଛାଡ଼ି ଛତ୍ରଭଙ୍ଗ ଦେଇଛନ୍ତି ।
