ବଡ଼ବିଲ ମୋହସ୍ଚବ ର ରୌପ୍ୟ ଜୟନ୍ତି ପାଳନ କୁ ନେଇ ସାମ୍ବାଦିକ ସମ୍ମିଳନୀ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ତଥା ବଡ଼ବିଲ ପୌରାଞ୍ଚଳ ରେ ବଡ଼ବିଲ ମୋହସ୍ଚବ୍ ର ରୌପ୍ୟ ଜୟନ୍ତି ପାଳନକୁ ନେଇ ବଡ଼ବିଲ ବିକାସମହଲ ସଭା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି। ଏହି ମହୋତ୍ସବ ବଡ଼ବିଲ ଉତ୍ସବପଡିଆ ଠାରେ ଆଗାମୀ ୧୫ରୁ ୧୮ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ପାଳନ ହେବାକୁ ଯାଉଥିବା ବେଳେ ଏହି ବଡ଼ବିଲ ମୋହଶ୍ଚବ କୁ ଉଦ୍ଘାଟନ କରିବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , ଯାହାକୁ ନେଇ ଏହାର ପୂର୍ବ ପ୍ରସ୍ତୁତି ଖୁବ୍ ଜୋର୍ ସୋର୍ ରେ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
